ଭୂବନେଶ୍ବର: ୧୦୮ ଆମ୍ବୁଲାନ୍ସ ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା । କାଗଜପତ୍ର ପାଇଁ ଲାଗିବ ଆଉ ସପ୍ତାହେ । ତେବେ ଟେଣ୍ଡର ସରିବାର ୬୦ ଦିନରେ ୪୩୨ ଆମ୍ବୁଲାନ୍ସ ଆସିବ। ଏନେଇ ସୂଚନା ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ।
ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଜାରି ରଖିବା ଲାଗି ୨୩୮୮.୪୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଗତ ଏପ୍ରିଲରେ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲେ।
ସୂଚନାଥାଉକି, ରାଜ୍ୟରେ ସରକାରଙ୍କ ପକ୍ଷରୁ ନିୟୋଜିତ ଆମ୍ବୁଲାନ୍ସ ରୋଗୀଙ୍କୁ କିପରି ସେବା ପ୍ରଦାନ କରୁଛନ୍ତି ତାହାର ତର୍ଜମା କରାଯିବ। ମୂଲ୍ୟାଙ୍କନ ସମୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ, ଆମ୍ବୁଲାନ୍ସ କର୍ମଚାରୀ, କଲ୍ ସେଣ୍ଟର କର୍ମଚାରୀ, ସୁପରଭାଇଜର୍, ଡାକ୍ତର ଓ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ, ବିଡିଓ, ସିଡିଏମ୍ଓଙ୍କ ମତାମତ ନିଆଯିବ। ୩/୪ ଜିଲ୍ଲାକୁ ମିଶାଇ ଗୋଟିଏ ଲେଖାଏଁ ଗୋଷ୍ଠୀ ଗଠନ କରାଯାଇ ମୂଲ୍ୟାଙ୍କନ କରାଯିବ। ସଂସ୍ଥା ଏହି କାର୍ଯ୍ୟ ଆରମ୍ଭ କରିବାର ୪୫ ଦିନ ଭିତରେ ଶେଷ କରି ପରବର୍ତ୍ତୀ ୧୦ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


