କଂଗ୍ରେସ୍ ପକ୍ଷରୁ ତାଳଚେର ବନ୍ଦ

ତାଳଚେର, ୧୭/୦୭ ବାଲେଶ୍ୱର ଫକୀରର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁର ନ୍ୟାୟ ଅଧିକାର ପ୍ରତିବାଦରେ ପ୍ରଦେଶ କଂଗ୍ରେସର ଆହ୍ୱାନକ୍ରମେ ଦେଇଥିବା ଓଡ଼ିଶା ବନ୍ଦ ଡ଼ାକରା ତାଳଚେରରେ ଏଡାର ସମ୍ପୂର୍ଣ୍ଣ ସଫଳ ହୋଇଛି । ନିର୍ଯ୍ୟାତନାର ଶୀକାର ହୋଇ ବିଏଡ଼ ଛାତ୍ରୀ ବିଶିଙ୍କ ମୃତ୍ୟୁରେ ଓଡ଼ିଶାବାସୀ ମର୍ମାହତ ହୋଇଥିବା ବେଳେ ତାଙ୍କର ଆତ୍ମହତ୍ୟାକୁ ନେଇ ଯେଉଁ ସନ୍ଦେହ ଘନୀଭୂତ ହୋଇଛି । ତାଙ୍କ ପାଇଁ ଆଜି କଂଗ୍ରେସ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଇଥିବା ଦେଖାଯାଇଥିଲା । ତାଳଚେର କଂଗ୍ରେସ କମିଟି ପକ୍ଷରୁ ସକାଳ ୬ଘଟିକା ସମୟରୁ ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର, ସରକାରୀ, ବେସରକାରୀ, ସ୍କୁଲ, କେଲଜ, ବିଭିନ୍ନ ଅନୁଷ୍ଠାନ, ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ତାଳଚେର ଅଂଚଳରେ ଥିବା ଖଣିରୁ କୋଇଲା ଉତୋଳନ ଓ ପରିବହନ ଠପ୍ ହୋଇଯାଇଥିଲା । ଏବଂ ଟ୍ରେନ ଯୋଗେ କୋଇଲା ପରିବହନ ହୋଇ ନଥିବାରୁ ସରକାରଙ୍କ ରାଜସ୍ୱ କ୍ଷତି ଘଟିଥିବା ଜଣାପଡ଼ିଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ଏହି ବନ୍ଦକୁ ସଫଳ କରିଥିଲେ । ଗାଡ଼ିମଟର ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବଳ ଆମ୍ବୁଲାନ୍ସ, ଅଗ୍ନିଶମ ଓ ଜରୁରୀ କାଳୀନ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଇଥିଲା । ଶାନ୍ତିଶୃଙ୍ଖଳା ବଜାୟ ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ତେବେ ଏହି ବନ୍ଦ ପାଳନ ବେଳେ କଂଗ୍ରେସର ପୂର୍ବତନ ବ୍ଲକ ଚେୟାର ମ୍ୟାନ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ଜିଲ୍ଳା ପରିଷଦ ରାଜକିଶୋର ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ପ୍ରଦୀପ ମହାରଣା, ସଂଗ୍ରାମ କୁଅଁର, ପୁଷ୍ପକ ସ୍ୱାଇଁ, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଦାସରଥି ସାହୁ, ଗଣପତି ସାହୁ, ସନ୍ତୋଷ ବେହେରା, ଦିଲ୍ଳୀପ ମହାପାତ୍ର, ସନ୍ତୋଷ ମହାରଣା, ଏସୟୁସିଆଇ ସଂଗଠନର କର୍ମକର୍ତା ପ୍ରମୁଖଙ୍କ ସହଯୋଗରେ ବନ୍ଦ ସଫଳ ହୋଇଥିଲା । ତାଳଚେର ବନ୍ଦରେ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇନଥିଲା ।



