ଭୂବନେଶ୍ୱର: ୧୯ ତାରିଖ (ଆସନ୍ତାକାଲି)ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ। ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ।
ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ଓ ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ପ୍ୟାକ୍ସ ଓ ଲ୍ୟାମ୍ପସ୍କୁ ଠିକ୍ ଭାବେ ଜଣାଇବେ।
ଏହାସହ ଠିକ୍ ସମୟରେ ଚାଷୀଙ୍କ ପଞ୍ଜୀକରଣ ହୋଇପାରିବ, ତାହା ସୁନିଶ୍ଚିତ କରାଇବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।ଧାନ ସଂଗ୍ରହ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏହା ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏଁ ଚାଲିବ। ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ଯାଏଁ ଚାଲିବ। ପ୍ରତିଥର ମଣ୍ଡି ଓ ଧାନ ସଂଗ୍ରହ ନେଇ ସୁବ୍ୟବସ୍ଥିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କିପରି ଉପଯୁକ୍ତ ସମୟରେ ଚାଷୀ ପଞ୍ଜୀକରଣ ହୋଇପାରିବ, କୌଣସି ବି ଚାଷୀ ପଞ୍ଜୀକରଣରୁ ବାଦ ନପଡ଼ିବେ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
#JagratBharatNews #BreakingNews #HindiNews #LatestNews #IndiaNews #LiveUpdates #TodayHeadlines #BharatKiAwaz #NewsPortal #TazaKhabar
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


