ପୁର୍ବତନ ସରପଞ୍ଚଙ୍କ ପରଲୋକରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଯାଜପୁର __ ବିଂଝାରପୁର ନଦୀ ସେପଟ କେତୁଆପାଳ ପଞ୍ଚାୟତର ହିଞ୍ଜଳ ଠାରେ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଏବଂ ପୃର୍ବତନ ଜନପ୍ରୀୟ ସରପଞ୍ଚ ଏବଂ ଧୋୟା ଅଞ୍ଚଳର ଏକ ପରିଚିତ ଚେହେରା ସ୍ବର୍ଗତ ବାଇଧର ନାୟକଙ୍କ ପରଲୋକ ରେ ଆଜି ତାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଗଦାଧର ପରିଆଢି ଙ୍କ ଅନୁଷ୍ଠିତ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ, ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅତିଥି ଭାବେ ଯୋଗ ଦେଇଥିଲେ ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭୀଷ୍ମ ମହାନ୍ତି, ଜିଲ୍ଲା ପରିଷଦଙ୍କ ପ୍ରତିନିଧି କେଦାରନାଥ ବେହେରା,ପୃର୍ବତନ ସରପଞ ସୁରେଶ ଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ଧଳ,ପୃର୍ବତନ ସରପଞ ନିଖିଳ କୁମାର ସାମଲ, ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆ, ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ନାୟକ,ନିରଞ୍ଜନ ଦାସ, ଶିକ୍ଷୟିତ୍ରୀ ପ୍ରଣତି ମଲ୍ଲୀକ,ଶିଶିର କୁମାର ଜେନା, ଶ୍ୟାମସୁନ୍ଦର ପରିଡ଼ା,ପୃର୍ବତନ ସରପଞ ଦେବ ମହାନ୍ତି ,ଶରତ ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବାଇଧର ନାୟକଙ୍କ ଉପରେ ଆଲୋଚନା କରିଥିଲେ।



