ବନ୍ଧ୍ୟାତ୍ବର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ – ଓ.ଏ.ଆର .ଏଫ.ଟି ତରଫରୁ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର – ବନ୍ଧ୍ୟାତ୍ବ ର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ ।ଏହି ଶୀର୍ଷକ ରେ ଓଡ଼ିଶା ଆର୍ଥ୍ରାଇଟିସ୍ ଏବଂ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ(ଓ,ଏ,ଆର,ଏଫ,ଟି) ଆନୁକୂଲ୍ୟରେ ହୋଟେଲ ମେ ଫେୟାର, ଭୁବନେଶ୍ବର, ଠାରେ ରିଉମାଟୋଲୋଜି – ଗାଇନାକୋଲୋଜି ଇଣ୍ଟରଫେସ ଉପରେ ଏକଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଭାରତରେ ରିୟୁମାଟୋଲୋଜି ବିଭାଗ ର ସୃଷ୍ଟିକର୍ତ୍ତା ପ୍ରଫେସର ଡ. ଏ. ଏନ୍. ମାଲଭିୟା ଯୋଗଦେଇ ଗର୍ଭାବସ୍ଥାରେ ରିୟୁମାଟୋଲୋଜି ଔଷଧଗୁଡ଼ିକର ସୁରକ୍ଷା ସନ୍ଦର୍ଭରେ ସୃଷ୍ଟ ମାର୍ଗଦର୍ଶନ ଦେଇଥିଲେ, ଯାହା ଚିକିତ୍ସକମାନେ ମା ଓ ଶିଶୁ ଉଭୟଙ୍କର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ, ଏଥିରେ ତାଙ୍କୁ OARFT Tribute 2025 ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।

ବିଶିଷ୍ଟ ଗାଇନିକୋଲୋଜିଷ୍ଟ ପ୍ରଫେସର ଡ. ପି. ସି. ମହାପାତ୍ର, ଜଣେ ଆପ୍ଟୋଇମ୍ୟୁନ୍ ରୋଗରେ ପୀଡ଼ିତ ମହିଳାଙ୍କ ମଧ୍ୟରେ ବନ୍ଧାତ୍ଵ ଚିକିତ୍ସା ସନ୍ଦର୍ଭରେ ଗଭୀର ଅନୁଭବ ଓ ଅମୂଲ୍ୟ ସୂଚନା ଉପସ୍ଥାପନ କରିଥିଲେ। ପଦ୍ମଶ୍ରୀ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ବିଭିନ୍ନ ବିଶେଷଜ୍ଞ ମାନଙ୍କୁ ମିଳିତ ଉଦ୍ୟମ ର ଆବଶ୍ୟକତାକୁ ଉଜାଗର କରିଥିଲେ, ଓ କହିଥିଲେ ଯେ ଏହି ପରି କନଫରେନ୍ସ ଦ୍ବାରା ଚିକିତ୍ସା ସେବାରେ ବିପ୍ଳବ ଆସିପାରିବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦୦ ରିଉମାଟୋଲୋଜି, ଗାଇନାକୋଲୋଜି ବିଭାଗ ର ଚିକିତ୍ସକ ତଥା ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ରିଉମାଟୋଲୋଜି- ଗାଇନାକୋଲୋଜି ଇଣ୍ଟରଫେସ୍ ସହିତ ଜଡିତ D.M./D.N.B/P.G ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅନେକ ଗବେଷଣା ମୂଳକ ତଥ୍ୟ ଉପସ୍ଥାପନା କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ରୋଗୀ ବିବରଣୀ ପ୍ରସ୍ତୁତି ପ୍ରତିଯୋଗିତା ଓ କ୍ଵିଜ୍ ପ୍ରତିଯୋଗିତା କରାଯିବା ସହିତ ଅନେକ ଆକର୍ଷଣୀୟ ପୁରସ୍କାର ବିତରଣ କରାଯାଇଥିଲା ।IRA ର ଓଡିଶା ଶାଖା ଅଧ୍ଯକ୍ଷ ଡଃ, ଶିଶିର କୁମାର ମହାପାତ୍ର ବରିଷ୍ଠ ଗାଇନାକୋଲୋଜିଷ୍ଟ ପ୍ରଫେସର ଡଃ. ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, KIIMS ରୀଉମାଟୋଲୋଜି ବିଭାଗର ର ମୁଖ୍ୟ ପ୍ରଫେସର ଡଃ. ପ୍ରଶାନ୍ତ ପ୍ରଧାନ, ଓଡିଶା ଆର୍ଥ୍ରାଇଟିସ୍ ଆଣ୍ଡ ରୀଉମାଟୋଲୋଜି ସେଣ୍ଟରର ପରିଚାଳନା ନିର୍ଦେଶକ ପ୍ରଫେସର ଡଃ ଜ୍ୟୋତି ରଞ୍ଜନ ପରିଡା, ଏବଂ ବହୁ ବରିଷ୍ଠ ଚିକିତ୍ସକ ଯୋଗ ଦେଇ ବିଭିନ୍ନ ବିଭାଗର ମିଳିତ ସହଯୋଗ, ରୋଗୀ ସେବାରେ କିପରି ଲାଭଦାୟକ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ |

ଶେଷରେ ଓ,ଏ,ଆର,ଏଫ,ଟି, ର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ.ଜ୍ୟୋତି ରଞ୍ଜନ ପରିଡା ସମସ୍ତ ଅତିଥି ଚିକିତ୍ସକ, ଛାତ୍ରଛାତ୍ରୀ ତଥା କର୍ମକର୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |




