ସଡ଼କ ଦୁର୍ଘଟଣାରେ ବାଇକ ଚାଲକ ମୃତ
ଭଟଲି :- ବରଗଡ଼ ଭଟଲି ରାସ୍ତା ଭଟଲି ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବୁଧବାର ରାତି 9 ଘଣ୍ଟା ସମୟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଯାଇଛି। ବାଇକ ଓ ହାଇବା ଗାଡି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ବାଇକ ଚାଳକର କୌଣସି ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳକୁ ପହଞ୍ଚି ଭଟଲି ପୋଲିସ ଉଭୟ ଗାଡିକୁ ଜବତ କରିବା ସହିତ ଅଧିକ ଘଟଣାର ଅନୁସନ୍ଧାନ କରୁଛି।



