ମହାକାଳପଡ଼ା ୧୪/୦୮ : ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ନାରାୟଣ ଲେଙ୍କା ଶିକ୍ଷକ ଙ୍କର ହାଉସିଂ ଲୋନ କାଗଜ ପତ୍ର ପ୍ରସ୍ତୁତି ପାଇଁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିବା ଖବର ମହାକାଳପଡ଼ା ଅଂଚଳରେ ଆଲୋଡନ ସୃଷ୍ଟି କରିଛି l ସୂଚନାରୁ ପ୍ରକାଶ ଲାଞ୍ଚୁଆ କିରାଣୀ ପୂର୍ବ ଦିନ ମାନଙ୍କରେ ମୁଖ୍ୟ କିରାଣୀ କାର୍ଯ୍ୟରତ ଥାଇ ଵି ଅଧିକାଂଶ ସମୟରେ କାର୍ଯ୍ୟାଳୟ ରୁ ଅନୁପସ୍ଥିତ ରହୁଥିଲେ l କଙ୍କଡା କୁ ଗୋଳି ପାଣି ସୁହାଇଲା ଭଳି ମୁଖ୍ୟ କିରାଣୀ ଅଳସୁଆମୀର ସୁଯୋଗ ଉଣ୍ଡୀ ଫାଇଦା ମାରୁଥିଲେ କନିଷ୍ଠ କିରାଣୀ l ଏପରିକି ମେଡିକାଲ ବିଲ ଠାରୁ ଆରମ୍ଭ କରି ଜିପିଏଫ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ପାଇଁ ହାତ ଗୁଞ୍ଜା ନପାଇଲେ ଫାଇଲ କାର୍ଯ୍ୟ କରୁନଥିଲେ l ଏନେଇ ଶିକ୍ଷକ ଙ୍କ ମହଲରେ ଅଶାନ୍ତି ପ୍ରକଟ ହେଉଥିବା କଥା ଅନେକ ସମୟରେ ପଦାକୁ ଆସିଛି l ଅଫିସ ବଦନାମ ଓ ଅଫିସିଆଲ କାର୍ଯ୍ୟ ତ୍ବରାନ୍ୱିତ ଲକ୍ଷ୍ୟରେ କାର୍ଯ୍ୟାଳୟ ର ଅଧିକାରୀ ଲାଞ୍ଚୁଆ କିରାଣୀ ଙ୍କ ଉପରେ ଅଙ୍କୁଶ ଲଗାଇପାରୁନଥିଲେ l ସେପଟେ ସମ୍ପୃକ୍ତ ଅଳସୁଆ ମୁଖ୍ୟକିରାଣୀ ଅବସର ନେବା ପରଠୁ ବର୍ଷ ବର୍ଷ କନିଷ୍ଠ କିରାଣୀ ଅଫିସ ସମ୍ଭାଳୁଛନ୍ତି l କାର୍ଯ୍ୟାଳୟ ର ଗେହ୍ଲା ପୁଅ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଲେଙ୍କା ଠାକୁର ଘରେ କିଏ ନା ମୁ କଦଳୀ ଖାଉନି ନ୍ୟାୟ ରେ କାର୍ଯ୍ୟାଳୟ ପରିଚାଳିତ ହେଉଛୁ l କିରାଣୀ ବାବୁ ଜଣକ ରାଇଗଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତାପ ସିଂ ଙ୍କ ହାଉସିଂ ଲୋନ କାଗଜ ପତ୍ର ପ୍ରସ୍ତୁତି କରାଇ ବ୍ୟାଙ୍କ ପଠାଇବା ପାଇଁ ଚାରି ମାସ ହେବ ଦିନ ଗଡ଼ାଇ ଲାଞ୍ଚ ନେବାର ପ୍ଲଟ ପ୍ରସ୍ତୁତି କରୁଥୁଲେ l ଶିକ୍ଷକ ଶ୍ରୀ ସିଂ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ୨୦, ୦୦୦ ହାତଗୁଂଜା ଦେଇ କାର୍ଯ୍ୟ ହାସଲ ପାଇଁ ପ୍ରସ୍ତୁତି ହୋଇଥିଲେ l ଛିଡିଥିବା କଥା ଅନୁସାରେ ଶିକ୍ଷକ ଜଣକ ବୁଧବାର ଅଫିସ ସମୟ ପରେ ଭଡା ଘର ମାର୍ଶାଘାଈ ପାଖରେ ଲାଞ୍ଚ ଟଙ୍କା ନେବା ପାଇଁ ଅପେକ୍ଷାରେ ଥିଲେ l ଯୋଜନା ମୁତାବକ ଶିକ୍ଷକ ସ୍କୁଲ ଛୁଟି ପରେ ମାର୍ଶାଘାଈ ଅଭିମୁଖେ ଯାଇଥିଲେ l ସେଠାରେ ଅପେକ୍ଷା ରତ ଭିଜିଲାନ୍ସ ଟିମ ଠାରୁ ରାସାୟନିକ ଲେପ ଥିବା ପନ୍ଦର ହଜାର ଟଙ୍କା ନେଇ ଶିକ୍ଷକ କିରାଣୀ କୁ ଦେଇଥିଲେ l ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ କିରାଣୀ କୁ କାବୁ କରି ଲେପ ଦିଆ ଲାଞ୍ଚ ଟଙ୍କା ଜବତ କରିଥିଲେ l ସନ୍ଧ୍ୟା ସମୟରେ ଏଭଳି ଘଟଣା ଘଟିବା ପରେ ଭିଜିଲାନ୍ସ ଟିମ ଭଡା ଘର ସହିତ ପିତୃପୁରୁଷ ଘର ଆଶ୍ରମ ବାଲିକୁଦା ତନଖିବା ପରେ କାର୍ଯ୍ୟାଳୟ ତନଖିବା ର ଲକ୍ଷ୍ୟ ରଖିଛନ୍ତି l ତେବେ ଦେଖିବାକୁ ବାକି ରହିଲା ତଦନ୍ତ ପରେ ଲାଞ୍ଚୁଆ କିରାଣୀ ଆୟବହିର୍ଭୁତ୍ତ ସମ୍ପତ୍ତି ତାଲିକାରେ କେତେଲମ୍ବା ହେଉଛି l

April 16, 2026/
No Comments


