ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଜିଙ୍କ ତିରୋଧାନ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ଅଦ୍ୟ ତା 16 ଅଗଷ୍ଟ ସ୍ଥାନୀୟ ଭବାନୀପାଟଣା ସ୍ଥିତ ଭାରତୀୟ ଜନତା ପାର୍ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅନୁମୋଦନ କ୍ରମେ ଭବାନୀପାଟଣା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଜିଙ୍କ ତିରୋଧାନ ଦିବସ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭାର କାର୍ଯ୍ୟକ୍ରମ ହୋଇଯାଇଅଛି I ଭବାନୀପାଟଣା ନଗର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଉପସ୍ଥିତ ଦଳୀୟ ନେତୃତ୍ୱ ମଣ୍ଡଳୀ ଏବଂ କର୍ମକର୍ତ୍ତା ପ୍ରଥମେ ଅଟଳଜୀଙ୍କ ଫୋଟଚିତ୍ରରେ ପୁଷ୍ପଗୁଚ୍ଛ ଓ ଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାପନ କରିଥିବାବେଳେ ନଗର ସଭାପତି ଶ୍ରୀଯୁକ୍ତ ପାତ୍ର ସ୍ୱାଗତ ଅଭିଭାଷଣ ରଖିଲାପରେ ମୁଖ୍ୟବକ୍ତା ଭାବରେ ପୂର୍ବତନ ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ର ବିସ୍ତୃତ ଭାବରେ ତାଙ୍କର ଶ୍ରଦ୍ଧାଞ୍ଜଳି ଅଭିଭାଷଣ ରଖିବା ସହ ସ୍ବର୍ଗତ ଅଟଳଜୀଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ତାଙ୍କର ସ୍ମୃତିରେ କଳାହାଣ୍ଡି ତଥା ଭବାନୀପାଟଣା ସହରରେ ଅତିକମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ବା ଦୁଇଟି ଷ୍ଟେଚୁର ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖିଥିଲେ I ଅନ୍ୟମାନଙ୍କ ମଧ୍ୟରୁ ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ ଶ୍ରଦ୍ଧାଞ୍ଜଳି ଅଭିଭାଷଣ ରହିଥିଲେ I

ପରିଶେଷରେ ଯୁବମୋର୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ ଧନ୍ୟବାଦ ବକ୍ତବ୍ୟ ରଖିଥିଲେ I ଅନ୍ୟତମ ନଗର ସାଧାରଣ ସମ୍ପାଦକ ପ୍ରକାଶ ଧଙ୍ଗଡ଼ାମାଝୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I ଅନ୍ୟମାନଙ୍କ ମଧ୍ୟରୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଣ୍ଡେଶ୍ୱର ମହାପାତ୍ର, ରାକେଶ ଶର୍ମା, ନିରଞ୍ଜନ ଯୋଶୀ, ମନୋଜ ନାଏକ,ଶଙ୍କର ନାରାୟଣ ସେନାପତି, ପୃଥ୍ଵୀରାଜ ସିଂ, ସ୍ମିଥ ବେହେରା, ବବରୁ ହରପାଲ ପ୍ରମୁଖ ଉପସ୍ଥିତ ରହିଥିଲେ I




