“ଆମ ଗାଁ ଲୋକ କଳା ମହୋତ୍ସବ-ଲଚିଦା”

ବରଗଡ:୧୮/୮(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲଚିଦା ଗ୍ରାମ ପଂଚାୟତ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଚକାବେନୀ ସଂସ୍କୃତିକ କଳା ପରିଷଦ ଦ୍ୱାରା ଆୟୋଜିତ ଆମ ଗାଁ ଲୋକ କଳା ମହୋତ୍ସବ ଦୁଇଦିନ ଧରି ଆୟୋଜିତ କରାଯାଇଥିଲା, ପ୍ରଥମ ଦିନରେ ମୁଖ୍ୟ ଅତିଥି ଲଚିଦା ଗ୍ରାମ ପଂଚାୟତ ସରପଞ୍ଚ ପୁଷ୍ପାଞ୍ଜଳି ନାୟକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ଓ ସମ୍ମାନିତ ଅତିଥି ହିଲ୍ଲିପାଲି ସମିତି ସଭ୍ୟ ବିଦ୍ୟାଧର ପଧାନ ଯୋଗ ଦେଇ ଥିବା ବେଳେ, ଦ୍ୱତୀୟ ଦିବସରେ ମୁଖ୍ୟ ଅତିଥି ରେଞ୍ଜର ସୁଦାମ ଜଗଦଳା, ସଂମାନିତ ଅତିଥି ଭରତ ବେହେରା, ହିର୍ଲିପାଲି ସମିତି ସଭ୍ୟ ବିଦ୍ୟାଧର ପଧାନ,ସୁରେଶ ଜଗଦଳା, ରାଜୁ ସୁନା,ଦୀପକ ରାୟ ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ l ଏହି ମହୋତ୍ସବ ରେ କରମ ସାନି,ଭଜନ ସମାରୋହ, ପୌରାଣିକ ଲୋକ ନାଟକ, କଂସ ଦରବାର ବେଶ ଆକର୍ଷଣୀୟ ଥିଲା l ଦର୍ଶକ ମାନଙ୍କ ମନମୁଦ୍ଧ କରିଥିଲା,ଏବଂ ଏହି ଲୋକ କଳାର ଶୁଭ କାମନା କରି କଳା ବଞ୍ଚିରହୁ ବୋଲି ଅନୁଷ୍ଠାନ ସମ୍ପାଦିକା ନୃତ୍ୟ ଭାରତୀ ଲିଳିମା କଣ୍ଟା ପରିପ୍ରକାଶ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l



