ଷ୍ଟଡି ଲାଇଫ୍ର ତୃତୀୟ ବାର୍ଷିକ ଉତ୍ସବ – କମ୍ପ୍ୟୁଟର ହେଉଛି ଏକାଗ୍ରତା ଓ ଚେତନାର ମୂଳ ଉତ୍ସବ – ମହେଶ ସାହୁ
ଢେଙ୍କାନାଳ, ୨୩/୮: ଢେଙ୍କାନାଳ କୁଞ୍ଜକାନ୍ତଠାରେ ଥିବା ଷ୍ଟଡି ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍ର ତୃତୀୟ ବାର୍ଷିକ ଉସ୍ତବ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଆଶିଷ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର କହିଲେ ‘ଏକାଗ୍ରତା ଓ ଚେତନାର ସମଷ୍ଟି’ ବୋଲି କହିବା ସହ କମ୍ପ୍ୟୁଟର ଯୁଗରେ ପ୍ରତ୍ୟେକ ମଣିଷକୁ କମ୍ପ୍ୟୁଟର ଭଳି ଦ୍ରୁତ ଗତିରେ ଆଗକୁ ବଢିବାର ଅଛି ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ପ୍ରଫେସର ସଭୋଜ କୁମାର ନାୟକ ଏବଂ ସିନର୍ଜି ଗ୍ରୁପ୍ ଅଫ୍ ଇନିଷ୍ଟିଚ୍ୟୁଟ୍ର ନିଯୁକ୍ତି ପରାମର୍ଶଦାତା ପ୍ରଭାତ ବେହେରା ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଅବିନାଶ ପଣ୍ଡା, ଶିକ୍ଷକ ସୌମ୍ୟକାନ୍ତ ପତି, ରଞ୍ଜିତ କୁମାର ସାହୁ, ସଦେଶ ସାଇଁ ଓ ଶିକ୍ଷୟିତ୍ରୀ ପ୍ରିୟଙ୍କା ସାହୁ, ଅଙ୍କିତା ଦାସ, ରୂପଶ୍ରୀ ନାଏକ ପ୍ରମୁଖ ଯୋଗ ଦେଇ ସଭାକାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ମଂଚ ପରିଚାଳନା କରିଥିଲେ ବିଟ୍ କଲୋନିର ଓଡିଆ ବିଭାଗର ଅଧ୍ୟାପକ ବିକାଶ ପ୍ରଧାନ ଓ ଇଂରାଜୀ ବିଭାଗର ଅଧ୍ୟାପକ ସୌମ୍ୟକାନ୍ତ ପତି ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ । ଓଡିଶା ସରକାରଙ୍କ ଅନୁମୋଦିତ ମୁକ୍ତ ବିଶ୍ବବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମର ସଫଳତା ବିଷୟରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ‘‘ଷ୍ଟଡି ଲାଇଫ୍ ମୋ ପ୍ରତିଭା ଆଓ୍ବାର୍ଡ-୨୦୨୫’ ପ୍ରଦାନ କରାଯାଇଥିଲା । ପ୍ରଖ୍ୟାତ କଣ୍ଠଶିଳ୍ପୀ ସଚିନ୍ ରାଉତ, ଦୀପକ କୁମାର ଏବଂ ରୋଜାଲିନ୍ ସାହୁ ସଙ୍ଗୀତ ପରିବେଷଣ କରି ଛାତ୍ରଛାତ୍ରୀମାନଙ୍କୁ ମନୋରଞ୍ଜନ କରାଇଥିଲେ I ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ ।



