ଭୁବନେଶ୍ୱର, ୦୨/୦୯ : ସଂସଦରେ ଶୋଭା ପାଇବ ୩ ରଥ ଚକ। ଏଣିକି ସଂସଦରେ ରହିବ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ, ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ। ସଂସଦରେ ତିନି ଠାକୁରଙ୍କ ରଥର ଚକ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଥିଲା। ଆଉ ଓଡ଼ିଶା ଗସ୍ତରେ ଆସିଥିବା ଲୋକସଭା ବାଚସ୍ପତି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ। ତେଣୁ ଏବେ ସଂସଦରେ ଦେଖିବାକୁ ମିଳିବ ତିନି ଠାକୁରଙ୍କ ୩ ରଥର ଚକ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


