ଢେ଼ଙ୍କାନାଳ ରାଧା କୃଷ୍ଣ ବଜାର ସ୍ଥିତ ଦୋଳ ମଣ୍ଡପ ସାହିଠାରେ ମା ମଙ୍ଗଳା ମନ୍ଦିର ରେ ଆଶ୍ୱିନ ମାସର ନିଶା ମଙ୍ଗଳ ବାର ଓଷା ପାଳିତ ହେଇଯାଇଛି। ଆଜି ପ୍ରଥମ ଦିନ ଦିବସରେ କଳସ ଯାତ୍ରା କରାଯାଇଥିଲା । ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଓଷା ବହି ପଠନ ,ଓ ବିଭିନ୍ନ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଓଷା ପାଞ୍ଚ ମଙ୍ଗଳ ବାର କରାଯିବ। ପିଲା ମାନଙ୍କ ଓ ପରିବାର ର ମଙ୍ଗଳ ପାଇଁ ଏହି ଓଷା କରାଯାଏ। ପୂଜକ ଯୋଗେନ୍ଦ୍ର ମହାପାତ୍ର ପୂଜା ଅର୍ଚ୍ଚନା କରିଥିଲେ।

April 30, 2026/
No Comments


