ସି ପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୪୫୨ ଭୋଟ ମିଳିଛି। ଏହା ସହିତ, ସିପି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି। ୬୭ ବର୍ଷୀୟ ରାଧାକୃଷ୍ଣନ, ଯିଏ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ। ସେ ଏବେ ଉପରାଷ୍ଟ୍ରପତି ପଦ ଗ୍ରହଣ କରିବେ।
ସି. ପି. ରାଧାକୃଷ୍ଣନ୍ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କର ଗଭୀର ପ୍ରଶାସନିକ ଅଭିଜ୍ଞତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଗଭୀର ପ୍ରତିବଦ୍ଧତା ସଂସଦ ତଥା ଦେଶର ମର୍ଯ୍ୟାଦା ଓ ଗରିମାକୁ ବୃଦ୍ଧି କରିବ। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବିରେ ଦେଶର ସେବା କରିବା ନିମନ୍ତେ ନିର୍ବାଚିତ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା।ସୂଚନା ଅନସାରେ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା। ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା। ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ।



