ଭଟଲି ରେ ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ପାଳିତ
ଭଟଲି : -ହିନ୍ଦୀ ପୃଥିବୀର ଲୋକପ୍ରିୟ ଭାଷା ବୋଲି ଭଟଲି ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଥିଲା । ଭଟଲି ହିନ୍ଦୀ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି । ଏଥିରେ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ହିନ୍ଦୀ ଶିକ୍ଷକ ଲଲିତ କୁମାର ବିଶ୍ବାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାକ୍ତନ ହିନ୍ଦୀ ଶିକ୍ଷକ ଭଗବାନ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ହିନ୍ଦୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ଯବକ୍ତା ଭାବରେ କବି ତଥା ସୁବକ୍ତା ସଦାଶିବ କର ଯୋଗଦାନ କରି ହିନ୍ଦୀ ପଖୱାଡା ପାଳନର ଆବଶ୍ଯକତା ଉପରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ସାହୁଙ୍କ ସମେତ ଅତିଥି ମାନେ ହିନ୍ଦୀ ପୃଥିବୀର ଲୋକପ୍ରିୟ ଭାଷା ବୋଲି ମତବ୍ୟକ୍ତ କରିଥିଲେ । ତେଜରୁ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସତୀହାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ହିନ୍ଦୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷର ଶିକ୍ଷକ ନୋଦିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



