ଵର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତର ସୂଚୀ ବଦଳିପାରେ ବ୍ରହ୍ମପୁର ବଦଳରେ ଅନ୍ୟ କେଉଁଠି କାର୍ଯ୍ୟକ୍ରମ ହୋଇପାରେ। ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ସେବା ପକ୍ଷ ଅବସରରେ ସେ ସରକାରଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ । ଏନେଇ ଗତକାଲି ପୁଲିସ ଡିଜି ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ଏପଟେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ । ରଙ୍ଗେଇଲୁଣ୍ଡାରେ ଯେଉଁ ଟେଣ୍ଟ୍ ବନ୍ଧା ଯାଇଥିଲା, ତାକୁ ଖୋଲି ଦିଆଯାଉଛି । ଟେଣ୍ଟ୍ ଖୋଲିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଆସିଛି । କିନ୍ତୁ କୌଣସି ଅଫିସିଆଲ ନିର୍ଦ୍ଦେଶ ଆସିନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବର୍ଷା ସମ୍ଭାବନାକୁ ନେଇ ସେ ଗସ୍ତ ଏବେ ଘୁଞ୍ଚିଯାଇପାରେ। ବ୍ରହ୍ମପୁର ବଦଳରେ ଝାରସୁଗୁଡାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


