ବଡ଼ବିଲ ପୋଲିସ୍ ର ଅବୈଧ ବାଣ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
କିନ୍ତୁ ବଡ଼ବିଲ ଥାନା ଅନ୍ତର୍ଗତ ରେ ଅବୈଧ ସ୍କାର୍ପ ବ୍ୟବସାୟ କାହା ସ୍ୱାର୍ଥରେ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବଡ଼ବିଲ ପୋଲିସ୍ ପକ୍ଷରୁ ଅବୈଧ ଓ ବେନିୟମ ଭାବେ ବାଣ ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଡ଼ବିଲ ପୋଲିସ୍ ପୋଲିସ ଅଚାନକ ଚଢାଉ କରି ଦୁଇଟି ସ୍ଥାନରୁ ବିପୁଳ ପରିମାଣର ବାଣ ଜବତ କରିଥିବା ନେଇ ସୂଚନା।ଜବତ୍ ବାଣଗୁଡ଼ିକୁ ଅସୁରକ୍ଷିତ ଭାବରେ ରଖାଯାଇଥିଲା ଓ ଏହି ବାଣ କୁ ଷ୍ଟକ୍ କରିବା ପାଇଁ ବୈଧ ଲାଇସେନ୍ସ ନଥିବା ସୂଚନା ।ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଏହି ସମ୍ପୂର୍ଣ୍ଣ ଷ୍ଟକ୍ ବେଆଇନ ଭାବରେ କରାଯାଇଥିଲା।ଆଇନ ଅନୁଯାୟୀ, ବାଣ ବ୍ୟବସାୟ ପାଇଁ ବିସ୍ଫୋରକ ନିୟମ ଅନୁଯାୟୀ ଲାଇସେନ୍ସ ନିହାତି ଆବଶ୍ୟକ । ତଥାପି, ବଡ଼ବିଲ ପୋଲିସ୍ ପକ୍ଷରୁ ଉଦ୍ଧାର ହୋଇଥିବା ବାଣଗୁଡ଼ିକୁ କୌଣସି ଅନୁମତି ବିନା ରଖାଯାଇଥିବା ନେଇ ସୂଚନା।ସବୁଠାରୁ ବଡ଼ ଅବହେଳା ଥିଲା ଯେ ଏହି ଦୋକାନଗୁଡ଼ିକରେ କୌଣସି ପ୍ରକାରର ସଠିକ୍ ସୁରକ୍ଷା ବ୍ୟବସ୍ଥା ଓ ଅଗ୍ନି ନିର୍ବାପକ ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ। ଏପରି ପରିସ୍ଥିତିରେ, ଏକ ଛୋଟ ସ୍ପାର୍କିଂ ସମଗ୍ର ଅଞ୍ଚଳକୁ ବିପଦରେ ପକାଇପାରେ। ବଡ଼ବିଲ ପୋଲିସ ଦ୍ୱାରା ଜବତ ହୋଇଥିବା ବାଣଗୁଡ଼ିକୁ ନିଜ କବଜାକୁ ନେଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ତେବେ ବେଆଇନ ଭାବରେ ଏଭଳି ବାଣ ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କ ଉପରେ ଆଗାମୀ ଦିନରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ରହିଛି।କିନ୍ତୁ ଏଇଠି ପ୍ରଶ୍ନ ଉଠେ ଯଦି ଅବୈଧ ବାଣ ବ୍ୟବସାୟୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁଛି ତେବେ ଖୁଲମ୍ ଖୁଲା ଭାବରେ ବଡ଼ବିଲ ଥାନା ଅନ୍ତର୍ଗତ ରେ ଚାଲିଥିବା ସ୍କାର୍ପ ବ୍ୟବସାୟୀ କାହା ଦୟାରେ ଓ କୋଉ ଅଧିକାରୀଙ୍କ ସ୍ୱାର୍ଥରେ ନିଜ ନିଜର କଳା ସାମ୍ରାଜ୍ୟ ଚଳାଇଛନ୍ତି ଏହି ସ୍କାର୍ପ ବ୍ୟବସାୟୀ କଣ ଏହା ପୋଲିସ୍ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ରହିଛି ନା ଆଉ କିଛି ଭିତିରି ଅନ୍ତର୍ନିହିତ ସ୍ୱାର୍ଥ ରହିଛି, ଏହି ବଡ଼ବିଲ ଥାନା ଅନ୍ତର୍ଗତ ରେ ଅବୈଧ ସ୍କାର୍ପ ବ୍ୟବସାୟ ଯୋଗୁ ବିଭିନ୍ନ ସ୍ଥାନରେ, ଅବୈଧ ସ୍କାର୍ପ ଗୋଦାମ ଖୋଲାଯାଇଛି ଏହା ଯୋଗୁ ଅଞ୍ଚଳରେ ଚୋରଙ୍କ ପଦୃଭାବ ବୃଦ୍ଧି ପାଇବାରେ ଲାଗିଛି, ଅପରପକ୍ଷେ କହିବାକୁ ଗଲେ ଏହା ଚୋର ମାନଙ୍କୁ ଅନୈତିକ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେବାଭଳି ମନେ ହୁଏ। ତେବେ ଦେଖାଯାଉ ଖବର ପ୍ରସାରଣ ପରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



