ସ୍ଵାମୀ ଙ୍କ ମେଡିକାଲ୍ ଚିକିତ୍ସା ନିମନ୍ତେ ସ୍ତ୍ରୀ କୁନ୍ତଳା ମଳିକଙ୍କୁ ସହାୟତାର ହାତ ବଢ଼ାଇଲା ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ,
ଆଜି ତା ୨୮-୮-୨୦୨୫, ରିଖ ରବିବାର, କେନ୍ଦ୍ରାପଡ଼ା ଜିଲ୍ଲା,ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମର କୁନ୍ତଳା ମଳିକ ଙ୍କ ସ୍ଵାମୀ ସୁରେନ୍ଦ୍ର ମଳିକ ଦୀର୍ଘ ଦଶ ବର୍ଷ ହେବ ଶ୍ଵାସ ରୋଗରେ ଆକ୍ରାନ୍ତ ହୋଇ କଟକ SCB ମେଡ଼ିକାଲରେ ଚିକିତ୍ସା ହେଉଥିଲେ l ଏବେ ସ୍ୱାସ୍ଥ୍ୟ ଅବସ୍ଥା ବହୁ ଗୁରୁତର ହେବାରୁ ଭୁବନେଶ୍ୱର ଅହଲ୍ୟା ହସ୍ପିଟାଲ ରେ ତାଙ୍କ ସହଧର୍ମିଣୀ କୁନ୍ତଳା ମଳିକ ଆଡମିସନ୍ କରିଛନ୍ତି l ଡାକ୍ତର ଙ୍କ କହିବା ମୁତାବକ ସୁରେନ୍ଦ୍ର ଙ୍କ ଲନ୍ସ ଖରାପ ହୋଇଯାଇଛି ଏଥି ନିମନ୍ତେ ଅନେକ ଅର୍ଥର ଆବଶ୍ୟକ ଅଛି, ଯେ’ହେତୁ ସୁରେନ୍ଦ୍ର ଜଣେ ଗରିବ ଓ ଦିନମଜୁରିଆ ଅଟନ୍ତି, ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ, ଗୋଟେ ଦଶ ବର୍ଷର ପୁଅ ପରିବାରରେ କହିଲେ କେହି ରୋଜଗାର କ୍ଷମ ନାହାନ୍ତି ତାଙ୍କ ନିକଟରେ ଅର୍ଥ ଅଭାବରୁ ବର୍ତ୍ତମାନ ସ୍ତ୍ରୀ କୁନ୍ତଳା ମଳିକ ସ୍ଵାମୀ ଙ୍କୁ ହସ୍ପିଟାଲ ରେ ଏକା ଛାଡି ନିଜ ଗାଁ ରେ ସ୍ଵାମୀ ଙ୍କ ଚିକିତ୍ସା ନିମନ୍ତେ ବଦାନ୍ୟ ବ୍ୟକ୍ତି ମାନଙ୍କୁ ବୁଲି, ବୁଲି ସାହାଯ୍ୟ ମାଗୁଛନ୍ତି l ଏପଟେ ଘରେ ଛୋଟ, ଛୋଟ ଝିଅ ଛୁଆ ଙ୍କୁ ଏକା ଛାଡି ଗାଁ ରୁ ଭୁବନେଶ୍ୱର ଓ ଭୁବନେଶ୍ବରରୁ ଗାଁ କୁ ଦୌଡ଼ି, ଦୌଡ଼ି ସ୍ତ୍ରୀ କୁନ୍ତଳା ହାଲିଆ ହୋଇ ପଡିଲେଣି l ଘରେ ଦିନେ ଖାଇଲେ ଦିନେ ଉପାସ, ଛୋଟ, ଛୋଟ ଛୁଆଙ୍କ ପାଠ ପଢାରେ ବି ବାଧାବିଘ୍ନ ହେଉଛି l ନୁଆଁଣିଆ ଚାଳ ଘର ଟିଏ ଘର ଛପର ନ,କରିପାରିବାରୁ ସେଥିରେ ମଧ୍ୟ ଘର ଭିତରେ ବର୍ଷା ହେଉଛି l ଏହି ଦୁଃଖରେ ସମ୍ପୂର୍ଣ ପରିବାର ଭାଙ୍ଗି ପଡିଥିବା ବେଳେ, କୁନ୍ତଳା ମଳିକ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ କାନ୍ଦି, କାନ୍ଦି ଆଳି ବ୍ଲକ୍ ଅନ୍ତର୍ଗତ ପତ୍ରପୁର ଗ୍ରାମର ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ଙ୍କୁ ତାଙ୍କର ସବୁ ଦୁଃଖ ଜଣାଇଥିଲେ l ଏଭଳି ଏକ ଦୁଃଖଦ ଖବର ଶୁଣିବା ପରେ ତତ୍ କ୍ଷଣାତ ଓଡ଼ିଶାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ, ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ (ପତ୍ରପୁର) ସଭାପତି ଚନ୍ଦନ କୁମାର ମହାରଣା ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସଦସ୍ୟା ମାନେ ଆଜି କୁନ୍ତଳା ମଳିକ ଙ୍କ ଘରେ ପହଞ୍ଚି ତାଙ୍କ ସ୍ଵାମୀ ଙ୍କ ମେଡିକାଲ୍ ଚିକିତ୍ସା ନିମନ୍ତେ କିଛି ଆର୍ଥିକ ସାହାଯ୍ୟ କରିଥିଲେ l ଆଜିର ଏହି ପୋଗ୍ରାମ୍ କାର୍ଯ୍ଯକ୍ରମ ରେ ଯୋଗ ଦେଇଥିଲେ ଟ୍ରଷ୍ଟ ର ସଭାପତି, ଚନ୍ଦନ କୁମାର ମହାରଣା ଙ୍କ ସମେତ, ସେକ୍ରେଟାରୀ, ପ୍ରଦିମନ୍ ରାଉତ୍, ଶିଶିର କୁମାର ସେନ୍, ରଜତ ରଞ୍ଜନ ବେହୁରା, ସୌମ୍ୟରଞ୍ଜନ ସାହୁ, ବାସୁଦେବ ସେଠୀ, ଲକ୍ଷ୍ମୀଧର ବେହେରା, ବାସୁଦେବ ସ୍ବାଇଁ, ଅମର କୁମାର ମଳିକ, ଚିନ୍ମୟୀ ପାତ୍ର, ଉପସ୍ଥିତ ଥିଲେ, ଏବଂ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ତରଫରୁ ସରକାରୀ, ବେସରକାରୀ ଏବଂ ଅନ୍ୟ ସ୍ବେଛାସେବୀ ଅନୁଷ୍ଠାନମାନଙ୍କୁ ଓ ସମସ୍ତ ବଦାନ୍ୟ ବ୍ୟକ୍ତି ବିଶେଷ ଙ୍କୁ ବିନୀତ ଅନୁରୋଧ କରି କହିଛନ୍ତି, ଏହି ଅସହାୟ କୁନ୍ତଳା ମଳିକ ସ୍ଵାମୀଙ୍କ ମେଡ଼ିକାଲ ଚିକିତ୍ସା ଓ ପିଲା ମାନଙ୍କ ପାଠ ପଢା ପାଇଁ ଯଦି ସରକାରୀ ସ୍ତରରେ କିମ୍ବା କୌଣସି ସ୍ୱହୃଦୟ ବ୍ୟକ୍ତି ବିଶେଷ କିଛି, କିଛି ଆର୍ଥିକ ସାହାଯ୍ୟ କରନ୍ତେ ତେବେ ଏହି ଗରିବ ପରିବାର ମୁହଁରେ ଟିକେ ହସ ଫୁଟିବା ସହିତ ସୁରେନ୍ଦ୍ର ଏ, କଷ୍ଟ ଯନ୍ତ୍ରଣା ରୁ ଟିକେ ମୁକ୍ତି ପାଇ ପାରନ୍ତେ l ଏଭଳି ଏକ ମହତ୍ ସେବା କାର୍ଯ୍ୟ ଦେଖି, ଶୁଣି ସ୍ଥାନୀୟ ବାସିନ୍ଦା ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ଙ୍କୁ ଭୂରି, ଭୂରି ପ୍ରଶଂସା କରିଥିଲେ l



