ଦୁର୍ଗା ବଜାରସ୍ଥିତ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା ଉପଲକ୍ଷେ କଳସଯାତ୍ରା
ଢେଙ୍କାନାଳ ଦୂର୍ଗାବଜାରସ୍ଥିତ ଆଜି ମା’ଙ୍କର ମହା ସପ୍ତମୀ ପୂଜା ଉପଲକ୍ଷେ ଭାଗିରଥୀ ସାଗର କୂଳରୁ ପୂଜାର୍ଚ୍ଚନା କରାଯାଇ ବାଦ୍ୟ, ମା’ ସନ୍ତୋଷୀ କୀର୍ତନମଣ୍ଡଳୀ ଦ୍ୱାରା ସଂକୀର୍ତନ ପୂର୍ବକ ସହର ପରିକ୍ରମା କରାଯାଇ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା । ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା, ମା’ଙ୍କ ଷୋଡଶ ଉପଚାର ପୂଜା, ଦୁର୍ଗା ସପ୍ତସତୀ ପାଠ, ଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ମା’ଙ୍କ ପାଖରେ ଲାଗି ହୋଇଥିଲା। ମଧ୍ୟାହ୍ନରେ ଭକ୍ତମାନେ ପ୍ରସାଦସେବନ କରିଥିଲେ। ମୂଖ୍ୟ ପୂଜକ ଗତୀକୃଷ୍ଣ ମିଶ୍ର, ସହଯୋଗୀ ଶଶିଭୂଷଣ ହୋତା, ଅଜିତ୍ କୁମାର ନନ୍ଦ ସମସ୍ତ ପୂଜାକୁ ସମ୍ପାଦନ କରିଥିବାବେଳେ କର୍ତା ପ୍ରଦୀପ କୁମାର ଛୋଟରାୟ ଓ କର୍ତୀ ମଞ୍ଜୁବାଳା ଛୋଟରାୟ ଉପସ୍ଥିତ ରହି ସମାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ପଟ୍ଟନାୟକ, କଳ୍ପନା ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ପ୍ରତୀଷ ପଟ୍ଟନାୟକ, ହୀନ ପ୍ରଧାନ, ଶୁବଲକ୍ଷ୍ମୀ ଦାସ, ପ୍ରଭାତୀ ମହାନ୍ତି, ଜ୍ୟୋତିର୍ମୟୀ ମହାନ୍ତି ଏବଂ ସଂଯୁକ୍ତା ସାହୁ, ସୁଶାନ୍ତ ଦାସ, ସୁକାନ୍ତ କୁମାର ଦାସ, ଶାନ୍ତିଲତା ମହାନ୍ତି, ବାସନ୍ତି ଦାସ, ଲିକ୍ସା ନନ୍ଦ, ବିନୋଦିନୀ ବେହେରା, ସଭାପତି ପ୍ରକାଶ କୁମାର ମହାନ୍ତି ଓ ସଂପାଦକ ପ୍ରଶାନ୍ତ କୁମାର ମହାନ୍ତି ଉପସ୍ଥିତ ରହି ପୂଜାକୁ ସୂଚାରୁ ରୂପେ ପାଳନ କରିଥିଲେ ।



