କଟକ: କଟକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ। ଭାଙ୍ଗିଲା କଲେଜ ଛକ ଲାଇଟ୍ ଗେଟ୍ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି।
ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ସେହିପରି କଟକ ରାଜାବଗିଚାରେ ପୂଜା ମଣ୍ଡପର ଭାଙ୍ଗିଲା ତାଜା । ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଅଘଟଣ ଘଟିଛି । ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି ।ସୂଚନାଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର। ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ତେବେ ୩ ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)