ଢେଙ୍କାନାଳ ଜିଲ୍ଲା ଏୟାର୍ ଫୋର୍ସ ଆସୋସିଏସନ୍ ପକ୍ଷରୁ ଭାରତୀୟ ବାୟୁସେନା ଦିବସ ପାଳିତ
ଢେଙ୍କାନାଳ,୮/୧୦: ଢେଙ୍କାନାଳ ଜିଲ୍ଲା ଏୟାର୍ ଫୋର୍ସ ଆସୋସିଏସନ୍ ପକ୍ଷରୁ ଅଦ୍ୟ ବାୟୁସେନା ଅଧିକାରୀ ଉଇଙ୍ଗ୍ କ୍ୟାଡର ବିରଜା ଶଙ୍କର ସିଂହଦେଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସିନର୍ଜୀ ଅଫ୍ ଇଂଜିନିୟରିଂ କଲେଜ୍ ବାସଭବନରେ ପାଳିତ ହୋଇଯାଇଅଛି । ସଂଗଠନର ଜିଲ୍ଲା ସଭାପତି ଏଭି ତପନ କୁମାର ପାଲ୍ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏନ୍ସିସି କମାଣ୍ଡିଙ୍ଗିଂ କର୍ଣ୍ଣେଲ ଆର୍.ଡେ. ବଲ୍ ଆସୋସିଏସନ୍ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଏବଂ ଅବସର କର୍ମଚାରୀମାନଙ୍କର ଦେଶ ମାତୃକା ପାଇଁ ବଳିଦାନକୁ ସରାହାନା କରିଥିଲେ । ଭେଟେରାନ୍ଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଖୁବ୍ ଆଗଭର ହୋଇ ଯୋଗଦାନ କରିଥିଲେ ।ଆସୋସିଏସନ୍ର ମହିଳା ଶାଖା ପ୍ରତିଟି ଓଡିଆ ପର୍ବ ପର୍ବାଣୀ ଓ ରାଷ୍ଟ୍ରୀୟ ଦିବସ ଗୁଡିକୁ ଅତ୍ୟନ୍ତ ସମାରୋହରେ ପାଳନ କରୁଥିବାରୁ ସଂଗଠନର ଉପଦେଷ୍ଟା ଅବସରପ୍ରାପ୍ତ ଉଇଙ୍ଗ୍ କମାଣ୍ଡର ବି.ଏସ୍. ସିଂହଦେଓ ଅତ୍ୟନ୍ତ ଆନନ୍ଦ ପ୍ରଶଂସା କରିଥିଲେ । ଏଭି ତଥା ସଂଗଠନ ଉପଦେଷ୍ଟା ଉଇଙ୍ଗ୍ କମାଣ୍ଡର ଶ୍ରୀ ସିଂହଦେଓ ଆସୋସିଏସନ୍ର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ । ଅପରେସନ୍ ସିନ୍ଦୂର୍ ଏବଂ ଭବିଷ୍ୟତ ଯୁଦ୍ଧରେ ଏୟାର୍ ଫୋର୍ସର ଭୂମିକା ଉପରେ ଆଲୋକପାତ କରିଥିଲେ । ଏନ୍ସିସି କମାଣ୍ଡର କର୍ଡଲ୍ ଆର୍.କେ. ବଳ ଇଣ୍ଡିଆନ୍ ଏୟାର୍ ଫୋର୍ସର ବୀରତ୍ୱ ଗାଥା ଏବଂ ବଳୀଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଢେଙ୍କାନାଳ ଲେପ୍ନାଂଟ୍ କର୍ନେଲ୍ ଅମରଜ୍ୟୋତି ବାୟୁସେନା ମେଡିକାଲ୍ ସୁବିଧା ବିଷୟରେ ଆଲୋକପାତ କରିଥିଲେ । ଏହି ସଭାରେ ପ୍ରାୟ ୬୦ ରୁ ଉର୍ଦ୍ଧ ବାୟୁସେନା ଅଧିକାରୀମାନେ ଉପସ୍ଥିତ ଥିଲେ । ସର୍ବଶେଷରେ ଆସୋସିଏସନ୍ର ସଂପାଦକ ପ୍ରମୋଦ କୁମାର ମହାନ୍ତୀ, ଆସୋସିଏସନ୍ ପକ୍ଷରୁ ଅତିଥି ତଥା ଉପସ୍ଥିତ ପୂର୍ବତନ ବାୟୁସେନା ଏବଂ ପରିବାର ବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

