ବଅଁରପାଳ ଆଇନଜୀବୀ ଙ୍କ ପକ୍ଷରୁ କଲମ ଛାଡ ଆନ୍ଦୋଳନ।ବ୍ରହ୍ମପୁର ବରିଷ୍ଠ ଆଇନଜୀବି ପିତବାସ ପଣ୍ଡାଙ୍କୁ ଦୃବର୍ତ୍ତମାନେ ଗୁଳିକରି ହତ୍ୟା କରିଥିବା ପ୍ରତିବାଦରେ ପରିବାରକୁ ୧ କୋଟି ଟଙ୍କା କ୍ଷତି ପୂରଣ ଦାବୀ ଓ ଦୋଷୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ନେଇ ଆଜି ବଅଁରପାଳ ଓକିଲ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ କରିଥିଲେ । ଓକିଲ ସଂଘ ର ସଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ସେନାପତି ଙ୍କ ତତ୍ତ୍ଵବଧାନ ରେ ଆଜି ସମସ୍ତ ଓକିଲ ମାନେ ଗୋଟେ ଦିନ ପାଇଁ କୋର୍ଟ ବର୍ଜନ କରିଥିଲେ । ଏହି ଆନ୍ଦୋଳନ ରେ କାଳୀ ଚରଣ କର, ଅଭୟ ବିଷୋୟୀ, ଭବାନୀ ଶଙ୍କର ପ୍ରଧାନ, ଶୁଭ୍ରଜିତ୍ ବିଷୋୟୀ, ବୃନ୍ଦାବନ ସାହୁ , ଉମାକାନ୍ତ ଦାସ, ଅମୁଲ୍ୟ ସାହୁ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

May 25, 2026/
No Comments


