ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଢେଙ୍କାନାଳ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ
ଢେଙ୍କାନାଳ, ୧୮/୧୦ : ଭାରତୀୟ ମଜଦୂର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଢେଙ୍କାନାଳ ଜିଲ୍ଲା ତରଫରୁ ୯ ଦଫା ବିଶିଷ୍ଟ ଦାବି ରାଜ୍ୟ ନିଷ୍ପତି ଅନୁସାରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ଗୁଡିକ ହେଲେ, ଜାତୀୟ ସାସ୍ଥ୍ୟ ମିଶନ (ଏନ୍.ଏଫ୍.ଏମ୍.)କୁ ସ୍ଥାୟୀ କରାଯାଇ ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ । ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଅନ୍ତର୍ଗତ ଇ.ଏସ୍.ଆଇ ଓ ଇ.ପି.ଏଫ୍.ଓ ସ୍କିମ୍ରେ ଅନ୍ତର୍ଭୁକ୍ତ କରାଯାଉ । ପ୍ରତିମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ ଓ ପ୍ରତି ପି.ଏଚ୍.ସି. ଓ ସି.ଏଚ୍.ସି. ରେ ଆଶା ଗୃହ ନିର୍ମାଣ କରାଯାଉ । ଯୋଗ୍ୟତା ଭିତିରେ ଆଶାକର୍ମୀମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇ ଏ.ଏନ୍.ଏମ୍. ପଦବୀକୁ ପଦୋନ୍ନତି କରାଯାଉ । ଆଶାକର୍ମୀମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଅବସର କାଳୀନ ସହାୟତା ରାଶି ଏକକାଳୀନ ୧୦ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ଭତା ୫ ହଜାର ଟଙ୍କା ପ୍ରଦାନ କରାଯାଉ । ଆଶାକର୍ମୀମାନଙ୍କ କାର୍ଯ୍ୟ ସମ୍ପାଦନ ନିମନ୍ତେ ଉକ୍ତ ଗୁଣବତା ସମ୍ପନ୍ନ ମୋବାଇଲ୍ | ଟାବ୍ଲେଟ୍ ପ୍ରଦାନ କରାଯାଉ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ବିଏମ୍ସି ପ୍ରଭାରୀ ଶ୍ରୀନିବାସ ଖୁଟିଆଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ପ୍ରମୁଖ ଆଶାକର୍ମୀମାନଙ୍କ ସହଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଏମ୍ସି ଜିଲ୍ଲା ସଭାପତି ଅନିଲ୍ କୁମାର ଭୁତିଆ, ସଂପାଦକ କୃଷ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ସଂଘ ସଭାନେତ୍ରୀ ସୁପ୍ରଭା ପ୍ରଧାନ, ସାଧାରଣ ସମ୍ପାଦିକା କୁମାରୀ ସାହୁ, କୋଷାଧ୍ୟକ୍ଷା ସୁମିତ୍ରା ବେହେରା, ମିରା ରାଣୀ ପ୍ରଧାନ ଓ ମୀନାରାଣୀ ମହାନ୍ତି ତଥା ଶତାଧିକ କର୍ମୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


