ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଗୁଡ଼ିକର ଆଜି ଯାଞ୍ଚ କାର୍ଯ୍ୟ ଶେଷ ହୋଇଇଛି । ଏହି ପର୍ଯ୍ୟାୟ ଲାଗି ସମୁଦାୟ ୧ହଜାର ୬୯୮ ଜଣ ମନୋନୟନପତ୍ର ଦାଖଲ ହୋଇଥିଲା । ଚଳିତ ମାସ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିପାରିବେ । ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲା ଅନ୍ତର୍ଗତ ୧୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ୬ ତାରିଖରେ ଭୋଟ ଗ୍ରହଣ ହେବ ।
ଇତି ମଧ୍ୟରେ ସି.ପି.ଆଇ.ଏମ୍.ଏଲ୍. ପକ୍ଷରୁ ୨୦ ଜଣିଆ ପ୍ରାର୍ଥୀ ବିଶିଷ୍ଟ ତାଲିକ। ପ୍ରକାଶ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ସି.ପି.ଆଇ.ଏମ୍.ଏଲ୍. ୧୯ଟି ଆସନରେ ପ୍ରତିଦ୍ଵନ୍ଦିତ କରିଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣ ନିର୍ବାଚିତ ହୋଇଥିଲେ । ଚଳିତଥର ସି.ପି.ଆଇ.ଏମ୍.ଏଲ୍. ପକ୍ଷରୁ ପୂର୍ବ ୧୨ ଜଣଙ୍କୁ ପୁନଃ ପ୍ରାର୍ଥୀ ଚୟନ କରାଯାଇଛି । ସେହିପରି କଂଗ୍ରେସ ପକ୍ଷରୁ ୪୮ ଜଣ ପ୍ରାର୍ଥୀ ବିଶିଷ୍ଟ ତାଲିକା ପ୍ରକାଶ ପାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-23-scaled.jpg)


