ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଭଟଲି : – ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଚଢେଇଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ଡବଲଙ୍ଗ ଗ୍ରାମ ନିକଟସ୍ଥ ଏକ ନିଛାଟିଆ ଜାଗାରେ ଦଉଡି ଲଗାଇ ଗୋଟିଏ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଡବଲଙ୍ଗ ଗ୍ରାମର ଗଙ୍ଗାରାମ ମହାନନ୍ଦଙ୍କ ଦ୍ୱିତୀୟ ପୁତ୍ର ସୁରେନ୍ଦ୍ର ମହାନନ୍ଦ (୩୩) ଙ୍କ ଶବ ବୋଲି ଜଣା ପଡିଛି । ସକାଳେ ସେ ବରଗଡ ଯାଉଛି କହି ଘରୁ ବାହାରିଥିଲେ । କିନ୍ତୁ ଅପରାହ୍ନ ସାଢେ ତିନିଟା ପାଖାପାଖି କିଛି ଲୋକ ସୁରେନ୍ଦ୍ରର ଝୁଲନ୍ତା ଶବ ଦେଖି ଘରଲୋକଙ୍କୁ ଖବର ଦେଇଥିଲେ । ପରେ ଭଟଲି ପୋଲିସକୁ ଖବର ଦିଆଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ



