୨୦୨୬ ଜାନୁଆରି ୧୦ରେ ଆୟୋଜିତ ହେବ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ‘ର ତୃତୀୟ ସଂସ୍କରଣ
–ଢେଙ୍କାନାଳ ଜିଲ୍ଲା ପ୍ରସାଶନ ଓ ଟାଟା ଷ୍ଟିଲ ମେରାମଣ୍ଡଳୀର ମିଳିତ ମିଳିତ ପ୍ରୟାସ
– ଅମର ଶହୀଦ ବାଜି ରାଉତଙ୍କ ଶତବାର୍ଷିକୀ ଅବସରରେ ହାଫ୍ -ମାରାଥନ୍
– ଜୈବ ବିବିଧତା, ମୁଖ୍ୟତଃ ହାତୀ ସଂରକ୍ଷଣ ସଚେତନତା ଲକ୍ଷ୍ୟ
– ୯.୬୪ ଲକ୍ଷ ଟଙ୍କାର ମୋଟ ପୁରସ୍କାର ସ୍କାର ଧାର୍ଯ୍ୟ
ଢେଙ୍କାନାଳ, ୨୯/୧୦/୨୦୨୫ – ଦୁଇଟି ସ୍ମରଣୀୟ ସଂସ୍କରଣ ପରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯେ ‘ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ’ର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି । ଏହି ହାଫ ମାରାଥନ ୨୦୨୬ ଜାନୁଆରି ୧୦ରେ ଅନୁଷ୍ଠିତ ହେବ । ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଚନ୍ଦ୍ରଶେଖର ମହାଦେବ ମନ୍ଦିର ନିକଟରେ ତଥା କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏହା ଅନୁଷ୍ଠି ସହଯୋଗରେ ଅନୁଷ୍ଠିତଢେଙ୍କାନାଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୨୬ ହାଫ ମାରାଥନର ଅଫିସିଆଲ ଟି-ସାର୍ଟକୁ ଢେଙ୍କାନାଳର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଆଶିଷ ଈଶ୍ବର ପାଟିଲ ଉନ୍ମୋଚନ କରିଛନ୍ତି I ଏହି ଅବସରରେ ଢେଙ୍କାନାଳ ଏସପି ଆଇପିଏସ ଅଭିନବ ସୋନକର, ଢେଙ୍କାନାଳର ମଣ୍ଡଳ ବନ ଅଧିକାରୀ ଆଇଏଫଏସ ସୁମିତ କର, ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରଟ ସର୍ଭିସେସ ମୁଖ୍ୟ ମୋହିତ ଦାସ, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଳ ବିନାୟକ ଚୌଧୁରୀ ଓ ଏମଜିଏମ ମିନେରାଲସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୋପବନ୍ଧୁ ଦାଶ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ଭାରତର ସ୍ବାଧୀନତା ସଂଗ୍ରାମର ସର୍ବକନିଷ୍ଠ ଶହୀଦ ଅମର ଶହୀଦ ବାଜି ରାଉତଙ୍କ ଶତବାର୍ଷିକୀ ଅବସରରେ ତାଙ୍କ ଅଦମ୍ୟ ସାହସ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ହାଫ ମାରାଥନରେ ଜୈବ ବିବିଧତା ସଂରକ୍ଷଣ ବିଶେଷ କରି ହାତୀ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହାସହ କପିଳାସକୁ ବିଶ୍ୱବ୍ୟାପୀ ଇକୋ-ଟୁରିଜମ୍ ଏବଂ ପ୍ରଫେସନାଲ ଦୌଡ଼ର ଗନ୍ତବ୍ୟସ୍ଥଳ ଭାବରେ ସ୍ଥାପିତ କରିବାକୁ ଲକ୍ଷ୍ୟ ରହିଛି Iଫିଟନେସ୍, ସୁସ୍ଥତା ଏବଂ କ୍ରୀଡ଼ା ମନୋଭାବର ସଂସ୍କୃତିକୁ ଉତ୍ସାହିତ କରୁଥିବା ଏହି ହାଫ୍ ମାରାଥନରେ ତିନିଟି ବର୍ଗ ର୍ଗ ରହିବ । ୧୮ ବର୍ଷ ଓ ଉର୍ଦ୍ଧ୍ବ ବୟସର ଅଂଶଗ୍ରହଣକାରୀଙ୍କ ପାଇଁ ୨୧ କିମି ଓ ୧୦ କିମି ଦୌଡ଼ ଏବଂ ୧୪ରୁ ୧୮ ବର୍ଷ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ୫ କିମି ଦୌଡ଼ । ବିଶ୍ୱବ୍ୟାପୀ ମାରାଥନ ଲାଗି ସ୍ବୀକୃତି ପ୍ରାପ୍ତ ସଂସ୍ଥା ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ ମାରାଥନସ ଆଣ୍ଡ ଡିଷ୍ଟାନସ ରେସେସ (ଏଆଇଏମଏସ) ପକ୍ଷରୁ ଏହି ମାରାଥନର ମାର୍ଗକୁ ସ୍ବୀକୃତି ଦିଆଯାଇଛି ଯଦ୍ବାରା ଆନ୍ତର୍ଜାତୀୟ ଦୌଡ଼ ତାଲିକାରେ ଏହି କାର୍ଯ୍ୟକ୍ରମର ପତିଆରା ବୃଦ୍ଧି ପାଇଛି।ଏନେଇ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ନିରନ୍ତର ପ୍ରଚେଷ୍ଟାକୁ ପ୍ରଶଂସା କରି ଢେଙ୍କାନାଳର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଈଶ୍ବର ପାଟିଲ କହିଛନ୍ତି ଯେ, “ଟାଟା ଷ୍ଟିଲ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ହାଫ୍ ମାରାଥନ୍ ର ତୃତୀୟ ସଂସ୍କରଣ ଆୟୋଜିତ ହେଉଛି ଓ ଏହା ଆନ୍ତର୍ଜାତୀୟ ସ୍ତରର ହେବାକୁ ଯାଉଛି I ଜିଲ୍ଲା ପ୍ରଶାସନ ଓ ଅନ୍ୟ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ନିଶ୍ଚୟ ସଫଳ ହେବ ଓ ଏଥିରେ ବହୁତ ସଂଖ୍ୟାରେ ଭାଗ ନେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”ଜିଲ୍ଲା ପ୍ରଶାସନ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇ ଟାଟା ଷ୍ଟିଲର ଉପସଭାପତି (କର୍ପୋରେଟ ସେବା) ଡି ବି ସୁନ୍ଦର ରମମ କହିଛନ୍ତି ଯେ, “କ୍ରୀଡ଼ାକୁ ଫିଟନେସ, ଉତ୍ତମ ସ୍ବାସ୍ଥ୍ୟ ଓ କମ୍ୟୁନିଟି ସ୍ପିରିଟର ପ୍ରୋତ୍ସାହନ ପାଇଁ ବ୍ୟବହାର କରିବାରେ ଆମେ ବିଶ୍ବାସ କରୁ I କପିଳାସ ହାଫ୍ ମାରାଥନ୍ ଆମ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି କାରଣ ଏହା କେବଳ ଯେ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହନ ଦେଉଛି ତା ନୁହେଁ, ବରଂ ଏହା ବନ୍ୟଜନ୍ତୁ ଓ ଜୈବ ବିବିଧତା ସଂରକ୍ଷଣ ବିଷୟରେ ସଚେତନତା ମଧ୍ଯ ସୃଷ୍ଟି କରୁଛି। ଚଳିତବର୍ଷ ଅମର ଶହୀଦ ବାଜି ରାଉତଙ୍କ ଶତବାର୍ଷିକୀ ଥୁବାରୁ, ଜାନୁଆରୀ ୧୦ ହାଫ୍ ମାରାଥନ୍ ରେ ଆମେ ଧାବକ ମାନଙ୍କର ଉତ୍ସାହଜନକ ଭାଗିଦାରୀ ଆଶା କରୁଛୁ।”ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀର ଉପ ସଭାପତି (ପରିଚାଳନା) ଉତ୍ତମ ସିଂ କୁହିଛନ୍ତି ଯେ, “ଏକ ସୁସ୍ଥ ମନ ଓ ଶରୀରର ଯାତ୍ରା ଜିମ୍ ଅବା ଫୁଡ୍ ସପ୍ଲିମେଣ୍ଟରୁ ଆରମ୍ଭ ହୋଇନଥାଏ ବରଂ ପ୍ରକୃତିକୁ ଆପଣାଇବା ଓ ଅଧ୍ୟବସାୟର ଶକ୍ତିରୁ ହିଁ ହିଁ ହୋଇଥାଏ I ଢେଙ୍କାନାଳ କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟର ମନୋରମ ରାସ୍ତାରେ ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନ୍ ୨୦୨୬ ରେ ଭାଗନେବା ପାଇଁ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି।”ଆଗ୍ରହୀ କ୍ରୀଡ଼ାବିତମାନେ https://tatasteelruns.com/ ୱେବସାଇଟରେ ୨୦୨୫ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ନିଜର ନାମ ପଞ୍ଜୀକରଣ କରିପାରିବେ I ୫,୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ସୀମିତ ପ୍ଲଟୁ ସହ ପଞ୍ଜୀକରଣ ‘ଫାଷ୍ଟ କମ୍ ଫାଷ୍ଟ ସର୍ଭଡ୍’ ଭିଭିରେ ହେବ । ପ୍ରବେଶ ଶୁଳ୍କ ହେଉଛି ୨୧ କିମି ପାଇଁ ୪୦୦ ଟଙ୍କା, ୧୦ କିମି ପାଇଁ ୩୦୦ ଟଙ୍କା ଏବଂ ୫ କିମି ପାଇଁ ୧୫୦ ଟଙ୍କା I ଅଂଶଗ୍ରହଣକାରୀମାନେ ଟି-ସାର୍ଟ, ବିବ୍ ଚିପ୍ ଏବଂ ରିଫ୍ରେସମେଟ ସହିତ ଏକ ଗୁଡି ବ୍ୟାଗ୍ ପାଇବେ ।ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନ୍ ୨୦୨୬ର ବିଭିନ୍ନ ବର୍ଗରେ ବିଜେତା ମାନଙ୍କୁ ୩୦ଟି ପୁରସ୍କାର ସହ ୯.୬୪ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ପୁରୁଷ ଏବଂ ମହିଳା ବର୍ଗରେ ୨୧ କିମି ଦୌଡ଼ର ବିଜେତାମାନଙ୍କୁ ଶ୍ରେଷ୍ଠ ପୁରସ୍କାର ଭାବେ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।ଏମଜିଏମ ମିନେରାଲ୍ସ ଲି ମିଟେଡ୍, ଟାଟା ୱାନ ଏମଜି, ଟାଟା ବ୍ଲୁସ୍କୋପ୍ ଷ୍ଟିଲ୍, ଖେମକା ଇଣ୍ଡଷ୍ଟ୍ରିଜ୍, ନଭ, ଜାମିପୋଲ୍, ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ ଲିମିଟେଡ, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ ଲିମିଟେଡ ଏବଂ ଟିଏମ ଇଂଟରନ୍ୟାସନାଲ୍ ଲଜିଷ୍ଟିକ୍ସ ଲିମିଟେଡ୍ ସହଯୋଗରେ ଏହି ହାଫ ମାରାଥନ ଆୟୋଜନ କରାଯାଉଛି।



