ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ କୁ ଉଦଘାଟନ କଲେ ଜିଲ୍ଲାପାଳ
ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବାକୁ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ଉଦଘାଟନ କରିଛନ୍ତି। ସୂଚନା ଯେ, ଅନୁଗୋଳ ସହରରେ ପୂର୍ବରୁ ଏକ ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବା ରହିଛି। ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇ ମଧ୍ୟ ଦେଉଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଳଚେର ପାଇଁ ଏକ ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ କୁ ଉଦଘାଟନ କରିଥିଲେ ଜିଲ୍ଲାପାଳ। ଏହୀ ରୀତୁ ଅଞ୍ଚଳରେ ସେବା ଯୋଗାଇ ଦେବ। ଏହି ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ରେ ଦୁଇ ଜଣ ପ୍ରାଣୀ ଚିକିତ୍ସକ ରହିବେ । ୧୬ ଘଣ୍ଟା ସେବା ଯୋଗାଇ ଦେବ ସହ ୮ ଲେଖାଏ ସେବା ଦେବେ ବୋଲି ସୂଚନା ରହିଛି। ତା ସହିତ ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ଏହି ଟୋଲ ଫ୍ରି ନମ୍ବର ହେଉ ୧୯୨୬। ଏହି ଟୋଲ ଫ୍ରି ନମ୍ବର ଫୋନ କିମ୍ବା ଏସଏମଏସ ମଧ୍ୟ କରି ପାରିବେ। ଆମେ ଖବର ପାଇଲା କ୍ଷଣୁ ଘଟଣା ସ୍ଥଳରେ ପହଂଚି ସେବା ଯୋଗାଇ ଦେବୁ ବୋଲି କହିଛନ୍ତି ପ୍ରାଣୀ ଆଶୁ ଚିକିତ୍ସିକ।




