ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା
କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ମଝି ଚିଲିକାରେ ୧୦ବାଇକ ସମେତ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଟକିଥିବା ସୂଚନା। ସକାଳ ୭ଟାରୁ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଯାତ୍ରା ଆରମ୍ଭ କରିଥିଲା। ପୁରୀ ଜିଲ୍ଲା ମହିଁଷା କୁଦ ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମେସିନ ସ୍ଲାବ ଫାଟି ଯିବାରୁ ଅଟକିଲା ଡଙ୍ଗା। ଡଙ୍ଗା ଚାଳକଙ୍କ ଦ୍ଵାରା ଏହାକୁ ମରାମତି କରାଯାଇଛି।



