କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଡ଼ବିଲ ପୌରାଞ୍ଚଳରେ ସମୂହ ବୋଇତ ବନ୍ଦାଣ ଉତ୍ସବ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଆଠ ଶାନ୍ତବାହାଳ ନିକଟରେ ଥିବା କାରୋ ନଦୀ କୂଳରେ ସମୂହ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା।

ଏହି ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ବୋଇତ ପ୍ରତିଯୋଗୀତା କାର୍ଯ୍ୟକ୍ରମ ରେ ଭଳିକି ଭଳି ସୁନ୍ଦର ଓ ଆକର୍ଷଣୀୟ ବୋଇତ ସବୁ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଲୋକେ ଅଂଶ ଗ୍ରହଣ କରିଥିଲେ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋର୍ ସକାଳୁ ସକାଳୁ ପୂଜାର୍ଚ୍ଚନା ଓ ଦେବାଦେବୀ ଦର୍ଶନ ପାଇଁ ବିଭିନ୍ନ ଦେବାଦେବୀ ଙ୍କ ପୀଠରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




