ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ମାଲିର କୌବି ନିକଟରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିଛନ୍ତି ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ। ଏହି ଭାରତୀୟମାନେ ଏକ ବିଦ୍ୟୁତକରଣ ପ୍ରକଳ୍ପରେ କାମ କରୁଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଥିଲେ। ଗୁରୁବାର ଦିନ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
କର୍ମଚାରୀମାନେ ଯାଉଥିବା ଏକ ଗାଡିକୁ ଘେରି ସମସ୍ତଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ।



