ଜାତୀୟ ପ୍ରେସ ଦିବସ ୨୦୨୫ ଅନୁଷ୍ଠିତ

ଆଜି ଭାରତର କୋଣ ଅନୁକୋଣ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ପବ୍ଲିକ ସ୍କୁଲ ଠାରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଜନକଲ୍ୟାଣ ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ରାମ କୁମର ସେନାପତି ଙ୍କ ନେତୃତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ , ସମ୍ମାନୀତ ଅତିଥି କୁରୁଗୁଡ଼ା ଆଶ୍ରମ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଞାନୀ ହରପାଳ,ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁବାସ ବାଗ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥି କୁ ଫୁଲ ତୋଡା ଦେବା ସହ ଓପଢ଼ୋକନ ଦେଇ ସ୍ବାଗତ କରିଥିଲେ । ପ୍ରଥମେ ମାଆ ସ୍ଵରସତି ଓ ପ୍ରଭୁ ଗଣେଶ ଙ୍କ ଫଟୋ ମୂର୍ତ୍ତି ରେ ଧୂପ ଦୀପ ପୁଷ୍ପ ମାଲ ଦେଇ ପୂଜା କରିଥିଲେ ।ତାପରେ ଏହି ଜାତୀୟ ପ୍ରେସ ଦିବସ କୁ ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ଜନ୍ମେଜୟ ନାଏକ କରିଥିଲେ । ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରଭାରତ ନିୟୁଜ




