ଚିଲିକାରେ ଚଳିତ ବର୍ଷର ପ୍ରଥମ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି। ଚିଲିକା ବନ୍ୟପ୍ରାଣୀ ବିଭାଗ ୪୪ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଦୁଇ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।ଡ଼ିଏଫଓଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୩ ଘଟିକାରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ଏବଂ ଦେଇପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ଦୁଇ ପକ୍ଷୀ ଶିକାରୀଙ୍କୁ କାବୁ କରିଥିଲେ।
ଗିରଫ ପକ୍ଷୀ ଶିକାରୀ ଦ୍ବୟ ହେଲେ ଭୂଷଣ୍ଡପୁର ଅଞ୍ଚଳର ପ୍ରଦୀପ ମଲିକ (୩୫) ଏବଂ ଭାଲୁ ଭୋଳ (୩୮)। ଉଭୟ ଙ୍କ ନିକଟରୁ ଦୁଇ ଗୋଟି ବ୍ୟାଗ ଜବତ ହୋଇଛି ଯେଉଁଥିରେ ୪୪ ଗୋଟି ମୃତ ବିଦେଶୀ ପକ୍ଷୀ ଥିବା ଜଣାପଡିଛି।ଉଭୟ ଶିକାରୀ ମାଛ ଧରିବା ଆଳରେ ଚିଲିକାରେ ପ୍ରବେଶ କରି ବିଦେଶୀ ପକ୍ଷୀ ଶିକାର କରିଥିବା ଡ଼ିଏଫଓଙ୍କ କହିଛନ୍ତି। ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମରାଯାଇଥିବା ବନ୍ୟପ୍ରାଣୀ ବିଭାଗ ସନ୍ଦେହ କରୁଥିବା ବେଳେ ସେମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଯାହାଦ୍ୱାରା ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।ସେହିପରି ମୃତ ବିଦେଶୀ ପକ୍ଷୀଙ୍କ ଟିସ୍ୟୁ ନମୁନା ଅଧିକ ପରୀକ୍ଷା ପାଇଁ ଫରେନସିକ ଲାବରୋଟାରୀକୁ ପଠାଯାଇଥିବା କହିଛନ୍ତି ଡ଼ିଏଫଓଙ୍କ ଶ୍ରୀ ନାୟକ। ଗିରଫ ଦୁଇ ପକ୍ଷୀ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଚଢ଼ାଉ ଜାରିରହିଛି।ଡ଼ିଏଫଓଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୩ ଘଟିକାରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ଏବଂ ଦେଇପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ଦୁଇ ପକ୍ଷୀ ଶିକାରୀଙ୍କୁ କାବୁ କରିଥିଲେ। ଗିରଫ ପକ୍ଷୀ ଶିକାରୀ ଦ୍ବୟ ହେଲେ ଭୂଷଣ୍ଡପୁର ଅଞ୍ଚଳର ପ୍ରଦୀପ ମଲିକ (୩୫) ଏବଂ ଭାଲୁ ଭୋଳ (୩୮)। ଉଭୟ ଙ୍କ ନିକଟରୁ ଦୁଇ ଗୋଟି ବ୍ୟାଗ ଜବତ ହୋଇଛି ଯେଉଁଥିରେ ୪୪ ଗୋଟି ମୃତ ବିଦେଶୀ ପକ୍ଷୀ ଥିବା ଜଣାପଡିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

