ସାପ କାମୁଡାରେ ଆହତ ଯୁବକ, ସାପକୁ ମାରି ଓ ତାକୁଧରି ଘରେ ପହଞ୍ଚିଲା

କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ରେ ଯୁବକକୁ କାମୁଡ଼ିଲା ସାପ, ସାପ କାମୁଡାରେ ଆହତ ଯୁବକ ସାପକୁ ମାରି ତାକୁଧରି ଘରେ ପହଞ୍ଚିଲା।ଝାଡା ବସିଥିବାବେଳ କାମୁଡିଲା ରଣାସାପ ଯୁବକ ଆହତ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଚମ୍ପୁଆ ବ୍ଲକ ଭରତିଆ ସାହି ଗ୍ରାମର ମହେଶ୍ଵର ମୁଣ୍ଡା ଆଜି ସକାଳୁ ନିଜ ଘର ପଛପଟ ପୋଖରୀ ନିକଟରେ ଝାଡା ବସିଥିବାବେଳେ ଏକ ରଣାସାପ ତାକୁ କାମୁଡି ଦେଇଥିଲା। କାମୁଡିବାରୁ ସେ ଆହତ ହୋଇଥିଲେ। ସେ ସାପକୁ ମାରି ମଲା ସାପକୁ ଧରି ଘରେ ପହଞ୍ଚି ଥିଲା । ଏହା ଦେଖି ଘର ଲୋକ ତାକୁ ସଙ୍ଗେ ସଙ୍ଗେ ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଭର୍ତି କରିଥିଲେ ।ଅନ୍ୟପଟେ ଏଠାର ଯୁବକର ଅବସ୍ଥା ଗୁରୁତର ହେବା ଆଶଙ୍କା ଥିବାରୁ ତାକୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



