କାରାଖେଣ୍ଡରା ଯୁବକ ସଂଘ ପକ୍ଷରୁ ନକ୍ ଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜିତ
କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ସ୍ଥିତ କାରାଖେଣ୍ଡରା ଗ୍ରାମରେ ନକଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହି ଫୁଟବଲ୍ ଖେଳର ଆୟୋଜନ କାରାଖେଣ୍ଡରା ଯୁବକ ସଂଘ ପକ୍ଷରୁ ଅୟୋଜନ କରାଯାଇଥିଲା, ଏହିଖେଳ ଦୁଇଦିନ ଧରି ଚାଲିଥିବା ବେଳେ ଫାଇନାଲ ମ୍ୟାଚ ମାକ୍ସ ଏଲେଭେନ୍ ଓ ମୁଖାର୍ଜୀ ରୟାଲସ୍ ମଧ୍ୟରେ ହୋଇଥିବା ବେଳେ ଏହି ରୋମାଞ୍ଚକର ମ୍ୟାଚ୍ ରେ ମାକ୍ସ ଇଲେଭେନ୍ ଟିମ୍ ଚମ୍ପିୟାନ ହୋଇଥିଲା। ମୋଟ୍ ଉପରେ ବତିସ୍ ଟିମ୍ ଏହି ଖେଳରେ ଅଂଶ ଗ୍ରହଣ କରିଥିଲେ। ଆଜିର ଏହି ଫାଇନାଲ ମ୍ୟାଚକୁ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯାଯୋକ ଚନ୍ଦ୍ରଗୁପ୍ତ ପ୍ରାସାଦ ଆମନ୍ତ୍ରିତ ହୋଇ ଆସିଥିଲେ ଓ ସେ କାରାଖେଣ୍ଡରା ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଫୁଲ ଚନ୍ଦନ ଦେଇ ଆଦିବାସୀ ନୃତ୍ୟ ର ତାଳେ ତାଳେ ଗ୍ରାମବାସୀ ମାନେ ଖେଳ ପଡିଆ କୁ ପାଛୋଟି ନେଇଥିଲେ ଓ ସେଠାରେ ଆଦିବାସୀ ନେତା ତଥା ଭଗବାନ୍ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଧୂପଦେଇ ଦୀପ ପ୍ରଜ୍ବଳନ ପରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା, ଏହି ଖେଳକୁ ଅଞ୍ଚଳର ଜଣାଶୁଣା ପୁରାତନ ଫୁଟବଲ ତାରକା ଏମ୍ଦୀ ହଲିମ୍ ମ୍ୟାଚ୍ ରେଫରି ଭାବେ ପରିଚାଳନା କରିଥିଲେ। ଏହି ଖେଳକୁ ଉପଭୋଗ କରିବାକୁ ଆଖପାଖ ଅଞ୍ଚଳର ଓ ପଡ଼ୋଶୀ ଝାରଖଣ୍ଡ ରାଜ୍ୟର ଶତାଧିକ ସଂଖ୍ୟାରେ ଖେଳ ପ୍ରେମୀ ଉପସ୍ଥିତ ଥିଲେ। ବିଜୟୀ ଦଳକୁ ନଗଦ ଏକସଠି ହଜାର ଟଙ୍କା ସହ ଟ୍ରଫି ଓ ରନର୍ଷ ଅଫ ଦଳକୁ ନଗଦ ପଇଁନ୍ତିରିସ ହଜାର ଟଙ୍କା ସହ ଟ୍ରଫି, ତୃତୀୟ ଦଳକୁ ନଗଦ ପଚିଶ ହଜାର ଟଙ୍କା ସହ ଟ୍ରଫି ଓ ଚତୁର୍ଥ ଦଳକୁ ପନ୍ଦର ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରଯାଇଥିଲା।



