ହାଇୱା ଗାଡ଼ିରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତକଲେ ଅଗ୍ନିଶମ ବିଭାଗ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢ଼ି ଥାନା ଅନ୍ତର୍ଗତ ପାଞ୍ଚଶହ କୋଡ଼ିଏ ନମ୍ବର୍ ରାଜପଥ ଭଦ୍ରାସାହି ରୁଗୁଢି ରାସ୍ତା ବାରବାଙ୍କ ନିକଟରେ ଚଳନ୍ତା ହାଇୱା ଗାଡ଼ିରେ ଲାଗିଲା ନିଆଁ। ରାସ୍ତା ମଝିରେ ହୁତୁହୂତୁ ହୋଇ ଜଲିଗଲା ଗାଡ଼ି। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ରୁଗୁଢ଼ି ଥାନା ଅନ୍ତର୍ଗତ ବାରବାଙ୍କ ଘାଟି ନିକଟରେ ହାଇୱା ଗାଡ଼ିଟିକୁ ଏକ କ୍ରେନ୍ ସାହାଯ୍ୟରେ ନେଇ ଯାଉଥିବା ସମୟରେ କୌଣସି କାରଣରୁ ଗଡିଟିରେ ଧୂଆଁ ବାହାରିଥିଲା, ଏହାଦେଖି ଚାଳକ ସଙ୍ଗେ ସଙ୍ଗେ ଗାଡ଼ିକୁ ରାସ୍ତାରେ ଛିଡାକରି ଗାଡିରୁ ଓହ୍ଲାହି ଯାଇଥିଲେ, ଦେଖୁଦେଖୁ ଗାଡ଼ିଟି ରାଜରାସ୍ତାରେ ଜଳିବାକୁ ଲାଗିଲା। ସେଠାରେ ଉପସ୍ଥିତ ଲୋକେ ଏହାକୁ ଦେଖି ବଡ଼ବିଲ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ କିନ୍ତୁ ସେତବେଳକୁ ଗାଡ଼ିଟିର ସମ୍ମୁଖଭାଗ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)