ଓଡ଼ିଶା ବିଧାନସଭାରେ ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଶୀତକାଳୀନ ଅଧିବେଶନ ଐତିହାସିକ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ବୁଧବାର ଅପରାହ୍ନରେ ବିଧାନସଭାରେ ମୁକେଶ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅପରାହ୍ନ ୪ଟା ୩୦ ମିନିଟ୍ରେ ଗୃହରେ ପ୍ରଥମଥର ପାଇଁ ତାଙ୍କର ଅଭିଭାଷଣ ରଖିବେ।
ଏହା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ। ଏଥିଲାଗି ବିଧାନସଭା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ସେ କହିଛନ୍ତି, ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପ୍ରଥମାର୍ଦ୍ଧରେ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗୃହ ମୁଲତବୀ ରହିବ। ଏହାପରେ ଦ୍ୱିତୀୟାର୍ଦ୍ଧରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରଖିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୭ ମାସ ମଧ୍ୟରେ ଅନେକଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି।ଭାଜପା ସରକାର ଲୋକଙ୍କୁ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ ପାଳନ କରିବାକୁ ଉଦ୍ୟମ କରିଛି। ସେଥିମଧ୍ୟରୁ ଅଧିକାଂଶ ଯୋଜନା ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ସରକାର କ୍ଷମତାସୀନ ହେବାଦିନଠାରୁ ଇତିମଧ୍ୟରେ ୧୧ଟି ପ୍ରତିଶ୍ରୁତି ପାଳନ ହୋଇସାରିଲାଣି। ସେଥିମଧ୍ୟରେ ମହିଳାଙ୍କୁ ସଶକ୍ତୀକରଣ କରିବା ଲାଗି ‘ସୁଭଦ୍ରା’ ଯୋଜନାଠାରୁ ଆରମ୍ଭକରି ଚାଷୀଙ୍କୁ ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧମାନଙ୍କୁ ୩,୫୦୦ ଟଙ୍କା ଭତ୍ତା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି।ଏଥିଯୋଗୁ ରାଜ୍ୟର ଅଭିବୃଦ୍ଧି ଦିନକୁ ଦିନ ବଢ଼ିଚାଲିଛି। ଓଡ଼ିଶାର ଅଭିବୃଦ୍ଧି ଜାତୀୟସ୍ତର ଅପେକ୍ଷା ୨.୨୦% ଅଧିକ ରହିଛି। ରାଜ୍ୟ ସରକାର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଭିଜନ-୨୦୩୬ରେ ଓଡ଼ିଶା ଯେତେବେଳେ ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ, ସେତେବେଳକୁ ରାଜ୍ୟ ଦେଶର ସବୁଠାରୁ ବିକାଶଶୀଳ ରାଜ୍ୟ ରୂପେ ପରିଗଣିତ ହୋଇଥିବ ବୋଲି ମୁକେଶ କହିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
