ଦ୍ବାଦଶତମ ଶ୍ରୀ ଅରବିନ୍ଦଙ୍କ ଦେହାଶ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ଦ୍ବାଦଶ ତମ ଦେହାଶ ପ୍ରତିଷ୍ଠା ଉତ୍ସବ ଆଳି ଠାରେ ଶ୍ରୀ ଅରବିନ୍ଦଙ୍କ ସାଧନା ପୀଠ ପରିସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୬ ଟା ସମୟରେ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ,ସକାଳ ୯ଟା ୩୦ ରେ ମାତ୍ବପତକା ଉତ୍ତୋଳନ ,୯ ଟା ୪୫ ରେ ଧୁପ,ପୁଷ୍ପ ଅର୍ପଣ।ସକାଳ ୧୦ରେ ଦେହାଶ ପ୍ରତିଷ୍ଠା ମନ୍ଦିରରେ ସମବେତ ନୀରବ ଧ୍ୟାନ।ପୃର୍ବାହ ୧୧ ରେ ସାଧ୍ୟାୟ ମାତୃ ବନ୍ଦନା ଓ ଆଧ୍ୟାତ୍ମିକ ଆଲୋଚନା। ଜିଲ୍ଲା ସଙ୍ଗଠକ ଧରଣୀଧର ପାତ୍ର ସ୍ବାଗତ କରିଥିଲେ।ଅନ୍ୟତମ ଜିଲ୍ଲା ସଙ୍ଗଠକ ଜନ୍ମେଜୟ ପ୍ରଧାନ ପରିଚାଳନା କରିଥିଲେ। ଆଧ୍ୟାତ୍ମିକ ଆଲୋଚନା ବେଦପୁରିରେ ଦେବ ପୁରୁଷ ଉପରେ ଆଲୋଚନା କରିଥିଲେ ବରିଷ୍ଠ ମାତୃ ସାଧିକା କେନ୍ଦ୍ରାପଡ଼ା ର ଉର୍ମୀଳା ର ଉତ। ଏହାକୁ ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ଅରବିନ୍ଦ ଙ୍କ ମ୍ୟାନେଜି ଟ୍ରଷ୍ଟ ର ସଦସ୍ୟ ମାନେ।



