ମିଡିଆ କ୍ଲବ୍ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କମ୍ବଳ ବଣ୍ଟନ

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରାଜ୍ୟରେ ଦିନକୁ ଦିନ ତାପ ମାତ୍ରା ହ୍ରାସ ପାଉଥିବା ବେଳେ ଶୀତ ର ପ୍ରକୋପ ବଢିବାରେ ଲାଗିଛି l କଳାହାଣ୍ଡି ଜୁନାଗଡ ରେ ମଧ୍ୟ ଶୀତ ର ପ୍ରବlହ ଜାରି ରହିଚି l ଶୀତ ର ପ୍ରକୋପ ବଢୁଥିବା ହେତୁ ନବନିର୍ବାଚିତ ସାମ୍ବାଦିକ ସମୂହକୁ ନେଇ ଗଠିତ ହୋଇଥିବା ମିଡିଆ କ୍ଲବ୍ ର ପ୍ରୟାସ ରେ ମଙ୍ଗଳବାର ଦିନ ସ୍ତାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ କମ୍ବଲ ବଣ୍ଟନ କରାଜାଇଚି lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡଃ ଭଗବାନ ପଣ୍ଡା ଜୁନାଗଡ ରେଞ୍ଜର ସୀମାଞ୍ଚଳ ମିଶ୍ର ଫରେଷ୍ଟର କାହ୍ନୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ଙ୍କୁ କମ୍ବଲ ବଣ୍ଟନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ମିଡିଆ କ୍ଲବ୍ ର ବରିଷ୍ଟ ସଦସ୍ୟ ତଥା ଉପଦେଷ୍ଟା ଉତ୍ତମ୍ ଦାଶ ଓ ମୁକେଶ୍ ଅଗ୍ରୱାଲ ଯୋଗଦେଇ କମ୍ବଲ ବଣ୍ଟନ କରିଥିବା ବେଳେ କାର୍ଯ୍ୟକ୍ରମ ରେ ମିଡିଆ କ୍ଲବ୍ ର ସଭାପତି ଆଦିତ୍ୟ ମହାନ୍ତି, କାର୍ଯ୍ୟକାରି ସଭାପତି ଦୁର୍ଯ୍ୟଧନ ମାଝୀ, ଉପସଭାପତି ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ସାଧରଣ ସମ୍ପାଦକ ବିଜୟ ଭୂଷଣ ଦଣ୍ଡସେନା, ସହ ସମ୍ପାଦକ ବାଲେଶ୍ଵର ସୁନାନୀ, କୋଷାଧକ୍ଷ ସ୍ବାସ୍ତିଦୀପ ଆଦିତ୍ୟ ଏବ୍ଂ କ୍ଲବ୍ ର ସଦସ୍ୟ ଗାୟl ରାମ ପୁଝାରୀ, ମିକୁ ପାଢି, କାଳିଆ କନ୍ଦ ପାନ, ସସି ରାଜ ଅଗ୍ରୱାଲ୍,ଲାବଣ୍ୟ ନାଇକ, ଭବାନୀ ଗହିର, ଜୀତେନ୍ଦ୍ର ମେହେର୍, ସାହେବ ଛତ୍ରିଆ, ପ୍ରଦୀପ ଡଙ୍ଗରି, ବିକ୍ରlନ୍ତ ପଟ୍ଟନାୟକ , ଲକ୍ଷ୍ମଣ ବଣୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ lକଲାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




