ଆଉ ବଢିବ ନାହିଁ ପାଚିକାଙ୍କ ଦରମା। ପାଚିକାଙ୍କ ଦରମା ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଲେ ବଡ଼ ସୂଚନା। ପୂର୍ବରୁ ପାଚିକାଙ୍କ ଦରମା ୨ ହଜାର ଟଙ୍କା ଥିଲା, ବିଜେପି ସରକାର ୧ ହଜାର ବୃଦ୍ଧି କରି ୩ ହଜାର କଲା। ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ, ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ।
ତେଣୁ ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।ବିଧାନସଭା ଆଗରେ ଆନ୍ଦୋଳନ କରୁଛନ୍ତି ପାଚିକା ସଙ୍ଘ। ୭ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ନିଖିଳ ଉତ୍କଳ ପାଚିକା ସଂଘ। ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ। ଦୈନିକ ମଜୁରୀ ୪୬୨ ଟଙ୍କା ସହ ପରିଚୟ ପତ୍ର ଏବଂ ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା। ଟଙ୍କା ନହେଲେ ନାହଁ, ପ୍ରେଷ୍ଟିଜ୍ ଦରକାର ବୋଲି କହିଥିଲେ ସଂଘର ନେତା । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନହେଲେ ଅହୋରାତ୍ର ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ।



