ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କ ଘରେ ଚାଲିଲା ବୁଲ୍ଡୋଜର, ମୁଷ୍ଟିମେୟ ଲୋକଙ୍କ ଘର ଉପରେ କେବେ
କଥାରେ ଅଛି ଗରିବ ମାଇକିନା ସମସ୍ତଙ୍କ ଟାପରା, ଯାହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତରେ। ବଲାଣି ଅଞ୍ଚଳ ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ସେଲ୍ ଅନ୍ତର୍ଗତ ରେ ଥିବା ବେଳେ ଏହାର ଅଧିକାଂଶ ଅଞ୍ଚଳ ସେଲ୍ ଲିଜ୍ ଏରିଆ ମଧ୍ୟରେ ଥିବା ବେଳେ ବହୁ ସଂଖ୍ୟାରେ ଲୋକେ ଏଠାରେ ବସବାସ କରି ରହୁଛନ୍ତି। କିନ୍ତୁ କେବଳ ଗରୀବ ଶ୍ରେଣୀର ଖଟିଖିଆ ଲୋକଙ୍କ ପାଇଁ ସେଲ୍ ର ନିୟମ ଓ ଏମାନଙ୍କ ଉପରେ ଦାଉ ସାଧିଛି ରେଳ ବିଭାଗ, କିନ୍ତୁ ବିରାଟ କାୟ ଅଟ୍ଟାଳିକା ନିର୍ମାଣ କରିଥିବା ପୁଞ୍ଜିପତି ଓ ମୁଷ୍ଟିମେୟ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଗୁଞ୍ଚା କଣ ପାଇଁ। ଗରିବ ଶ୍ରେଣୀର ଲୋକଙ୍କ ବିରୁଦ୍ଧରେ ବିଜ୍ଞପ୍ତି ପ୍ରକାଶ ପରେ ଶୁଣିଲେନି ଜବରଦଖଲ କାରୀ ରେଳ ବିଭାଗ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ । କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣି ଗୁରୁଦ୍ୱାରା ନିକଟସ୍ତ ବାକରାଢିପା ନିକଟରେରେଳ ବିଭାଗ ଜମିକୁ ଜବରଦଖଲ କରି ରହୁଥିବା ତିନଟି ଘରକୁ ଭାଙ୍ଗିଛି ରେଳ ବିଭାଗ। ରେଳ ବିଭାଗ ଅଧିନରେ ଥିବା ଜାଗା ରେ ଦୀର୍ଘ ଦିନ ଧରି ଜବରଦଖଲ କରୀ ଅବୈଧ ଭାବରେ ରହି ଆସୁଥିଲେ । ରେଳ ବିଭାଗ ଏହି ଜାଗାରେ ପୂର୍ବରୁ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଉକ୍ତ ଜାଗାରେ ଥିବା ଘରକୁ ଆଜି ଭାଙ୍ଗିବା ପାଇଁ ମନସ୍ଥ କରିଥିଲେ। ଦୀର୍ଘ ପାଞ୍ଚ ମାସ ରୁ ଉର୍ଦ୍ଧ ସମୟ ଧରି ଚକ୍ରଧରପୁର ଡିଭିଜନ ରେଳ ବିଭାଗ ପକ୍ଷରୁ ଜବରଦଖଲ କାରୀଙ୍କ ସୂଚନା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଉକ୍ତ ବିଜ୍ଞପ୍ତି ଆଧାର ରେ ଆଜି ତିନୋଟି ଘର ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ବାକି ଅନ୍ୟ ଘର ଭଙ୍ଗା ଯାଉଥିବା ବେଳେ ଘର ଖାଲି କରିବା ନିମନ୍ତେ ଜବରଦଖଲ କାରୀ ୧୦ ରୁ ୧୫ ଦିନ ସମୟ ମାଗିଛନ୍ତି। ତେବେ ଉକ୍ତ ପରିବାର ଲୋକେ ଏହି ଜାଗାରେ ଦୀର୍ଘ ଦିନରୁ ରହି ଆସୁଥିବା ରୁ ସ୍ଥାନାନ୍ତରିତ କରି ଏକ ସ୍ଥାୟୀ ଭାବରେ ରହିବାର ବନ୍ଦୋବସ୍ତ ନିମନ୍ତେ ରେଳ ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ। ରେଳ ଅଧିକାରୀ ମାନେ କିଛି ସମୟ ବ୍ୟବଧାନ ଭିତରେ ଘର ଖାଲି କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ତିନୋଟି ଘର ଭାଙ୍ଗିଥିବା ଲୋକେ ଗରିବ ଖଟିଖିଆ ହୋଇଥିବାରୁ କୋଉଠି ରହିବେ କଣ କରିବେ ଚିନ୍ତାରେ ଥିବା ନେଇ କହିଛନ୍ତି। ଆଜି ଦିନବନ୍ଧୁ ଗୋପ, ଏମଡି ଅହମଦ, ରାଜା ସିଂ ଙ୍କ ଘର ଭଙ୍ଗା ଯାଇଛି, ରେଳ ବିଭାଗ ଜାଗାରେ ଅନ୍ୟାନ୍ୟ ଜବର ଦଖଲ ଭାବେ ରହୁଥିବା ଥିବା ଘରକୁ କିଛି ଦିନ ବ୍ୟବଧାନ ଭିତରେ ଭଙ୍ଗାଯିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଏହି ବଲାଣି ଅଞ୍ଚଳରେ ଦେଖାଯାଇଛି କିଛି ମୁଷ୍ଟିମେୟ ଲୋକ ବିଶାଳ କାୟ କୋଠା ନିର୍ମାଣ କରିଥିବା ବେଳେ ସେମାନଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



