
ରାଜ୍ୟ ସ୍ତରୀୟ ତୃତୀୟ ଖରସ୍ରୋତା ପୁସ୍ତକ ମେଳା ଆରମ୍ଭ : ଆଜି ସନ୍ଧ୍ୟା ପାଞ୍ଚ ଘଟିକା ତିରିଶ ମିନିଟ୍ ସମୟରେ ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି. ପୁସ୍ତକ ମେଳା କମିଟିର ସଭାପତି ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ୱତ ସଭାରେ ଶ୍ରୀମତୀ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁସ୍ତକ ଜୀବ ଜଗତର ସର୍ବ ଶ୍ରେଷ୍ଟ ବନ୍ଧୁ ବୋଲି ମତ ବ୍ୟକ୍ତ କରିଥିଲେ.

ମୁଖ୍ୟ ବକ୍ତା ଭାବେ ଭୁବନେଶ୍ବର ର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗ ଦେଇ ପୁସ୍ତକ ର ପଠନ ମୋବାଇଲ ର ପ୍ରୟୋଗ ଠାରୁ ଅଧିକ ଜୀବନକୁ ଆନ୍ଦୋଳିତ ଓ ପ୍ରଭାବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ରୂପେ ବିଞ୍ଝାରପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା କୁମାରୀ ଦାସ, ସମ୍ମାନିତ ଅତିଥି ରୂପେ ସର୍ବଶ୍ରୀ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁନୀତା ନାୟକ, ଫତେପୁର ପଞ୍ଚାୟତର ସରପଞ୍ଚ ମାଧବୀଲତା ସାହୁ, ବାଛଳ ସରପଞ୍ଚ ଶ୍ରୀମତୀ କଳ୍ପନା ବେହେରା ପୁସ୍ତକ ମେଳା ଆମ ଅଞ୍ଚଳର ସ୍ୱାଭିମାନ ଓ ଗୌରବ ବୋଲି କହିଥିଲେ. ମେଳା କମିଟିର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ.

ମେଳା କମିଟିର ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା ବିବରଣୀ ପାଠ କରିଥିଲେ. ପ୍ରଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ ବେଦ ପାଠ କରିଥିଲେ. ମଞ୍ଚରେ ସର୍ବଶ୍ରୀ ମୁଖ୍ୟ ଉପଦେଷ୍ଟା ସୁଶାନ୍ତ କୁମାର ନାୟକ, ଅଧ୍ୟକ୍ଷ, ଅଭ୍ୟର୍ଥନା କମିଟି ଶ୍ରୀଯୁକ୍ତ ଅଜୟ କୁମାର ଓଝା, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ଗ୍ରାମାଞ୍ଚଳରେ ପୁସ୍ତକ ମେଳାର ଆବଶ୍ୟକତା କେତେ ଜରୁରୀ ସେ ଦିଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ. କବି ତଥା ଗାଳ୍ପିକ ଶ୍ରୀଯୁକ୍ତ ତ୍ରିଲୋଚନ ପତି ଙ୍କୁ ଖରସ୍ରୋତା ସାରସ୍ୱତ ସମ୍ମାନ ରେ ଶ୍ରୀମତୀ ମଲ୍ଲିକ ଓ ଶ୍ରୀମତୀ ଦାସ ଉତ୍ତରୀୟ ,ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ. ସେସରେ ଉପଦେଷ୍ଟା ତଥା ଦେସାହି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେଉରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଭାରତ ଭୂଷଣ ମଲ୍ଲିକ, ଦିନେଶ କୁମାର ମଲ୍ଲିକ, ରମାକାନ୍ତ ନାୟକ, ରବି ନାରାୟଣ ସାମଲ, ସୁଧୀର କୁମାର ଆଚାର୍ଯ୍ୟ, ଆଇନଜିବୀ ଅମ୍ବିକା ପ୍ରସାଦ ସାମଲ, ଶରତ କୁମାର ନାୟକ, ମାଧବାନନ୍ଦ ଦାସ, ସଚିଦାନଁଦ ଗୁରୁ, ନିରଞ୍ଜନ ପାତ୍ର, ବ୍ରହ୍ମାନନ୍ଦ ମଲ୍ଲିକ, ବସନ୍ତ କୁମାର ଦାସ, ବିପିନୀ କୁମାର ବଳ, ପ୍ରଦୀପ କୁମାର ମଲ୍ଲିକ, ସନ୍ତୋଷ କୁମାର ମିଶ୍ର, ସୁବାଷ ଚନ୍ଦ୍ର ସାହାଣି, ରତ୍ନାକର ସାହୁ, ଭରତ ଚନ୍ଦ୍ର ନାୟକ, ଜ୍ଞାନେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରତିଜ୍ଞା ସାହୁ, ଶିଶିର କୁମାର ଦାସ, ଅକ୍ଷୟ କୁମାର ସେଠୀ, ପ୍ରକାଶ ଦାସ, ଆଲୋକ କୁମାର ଦାସ, ମନୋରଞ୍ଜନ ସାହୁ, ଉମାଶଙ୍କର ଗୁରୁ ପ୍ରମୁଖ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ବୋଲି ସଭାପତି ଶ୍ରୀଯୁକ୍ତ ଗୁରୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।




