ଆଗାମୀ ସାଧାରଣତନ୍ତ୍ର ଦିବସରେ ୟୁରୋପୀୟ ସଂଘ (ଇୟୁ) ସଭାପତି ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପିଆନ କାଉନସିଲ (ଇସି) ସଭାପତି ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ଜଣାପଡିଛି। ଜାନୁଆରୀରେ ଭାରତ ଓ ୟୁରୋପିଆନ ୟୁନିୟନ ମଧ୍ୟରେ ମୁକ୍ତ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
ଉର୍ସୁଲା ଓ ଆଣ୍ଟୋନିଓ ଇୟୁ ପକ୍ଷରୁ ଏହି ଆଲୋଚନାରେ ପ୍ରତିନିଧିତ୍ବ କରିବେ।ଏହି ପରିପ୍ରେକ୍ଷୀରେ ୟୁରୋପୀୟ ସଂଘ ସହ ଅର୍ଥନୈତିକ ଓ କୂଟନୈତିକ ସମ୍ପର୍କ ମଜଭୁତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଗତ ଫେବୃଆରୀରେ ୟୁରୋପିଆନ କମିସନ ଉଚ୍ଚ ପଦାଧିକାରୀମାନେ ଭାରତ ଗସ୍ତରେ ଆସିଥିବାବେଳେ ବାଣିଜ୍ୟ, ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ ଏବଂ ଲୋକସମ୍ପର୍କ ପ୍ରସଙ୍ଗରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ୟୁରୋପର ୨୭ଟି ରାଷ୍ଟ୍ର ୟୁରୋପୀୟ ସଂଘର ସଦସ୍ୟ ଥିବାବେଳେ ଅଧିକାଂଶ ରାଷ୍ଟ୍ର ହେଉଛନ୍ତି ବିକଶିତ। ତେବେ ଇୟୁ ସହ ସମ୍ପାଦିତ ହେଉଥିବା ପ୍ରତ୍ୟେକ ରାଜିନାମା ଭାରତ ପାଇଁ ଫଳପ୍ରଦ ହେବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରୁଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)


