ବଅଁରପାଳ ଶିଶୁ ବିଦ୍ୟାମନ୍ଦିରର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବଅଁରପାଳ – (୨୦/୧୨) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବନବିହାର କାର୍ଯକ୍ରମ ଗୋତମରା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବନବିହାର କାର୍ଯ୍ୟକ୍ରମରେ ଗୋତମରା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ମନ୍ଦିର କମିଟି ସଭ୍ୟ ମାନେ ଉପସ୍ଥିତ ରହିବା ସହିତ ଆମ୍ଭ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ,ସମ୍ପାଦକ,ଯୁଗ୍ମ ସମ୍ପାଦକ, ଓ ପୂର୍ବତନ ପରିଚାଳନା ସମିତି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ଶିଶୁ ମାନେ ଗୀତ,ନାଚ କରି ଖୁସି ହୋଇ ଥିଲେ। ବନବିହାର କାର୍ଯ୍ୟକ୍ରମ ପ୍ରଧାନଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ଓ ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ ସଫଳ ହୋଇ ଥିଲା।





