*ଜନତା ସରକାରୀ ହାଇସ୍କୁଲରେ ଜାତୀୟ ଗଣିତ ଦିବସ – ୨୦୨୫ ପାଳିତ:*

ବରଗଡ଼:୨୨/୧୨:(ପବିତ୍ର ମେହେର)::ଯୁବଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପବିତ୍ର ଜନ୍ମତିଥିରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ଜାତୀୟ ଗଣିତ ଦିବସ – ୨୦୨୫ ପାଳିତ ହୋଇଯାଇଛି।ଗଣିତର ମହତ୍ତ୍ଵ ସମ୍ପର୍କରେ ଛାତ୍ରାବସ୍ଥାରୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଣିତ କୁଇଜ୍ ପ୍ରତିଯୋଗିତା ହୋଇଥିଲା।ଏହି ପ୍ରତିଯୋଗୀତାରେ ବିଦ୍ୟାଳୟର ୩୮ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସୌମ୍ୟରଞ୍ଜନ ସୂତାର,ଫିରୋଜ ସାହୁ ଓ ପ୍ରମୋଦ ନାୟକ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ଜାତୀୟ ଗଣିତ ଦିବସର ବିଷୟବସ୍ତୁ “ଗଣିତ, କଳା ଓ ସୃଜନଶୀଳତା” ସମ୍ଵନ୍ଧରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଗଣିତ ଶିକ୍ଷକ ବୋଧରାମ ସା ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ରାମାନୁଜନଙ୍କ ଜୀବନୀ ଓ ଗଣିତ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।

ଗଣିତ ଶିକ୍ଷକ ତେଜରାମ ସା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଗଣିତ ଓ ବିଜ୍ଞାନ କ୍ଲବର ସଦସ୍ୟଙ୍କ ସମେତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ,ସଂଜୟ ଖମାରୀ,ତେଜରାମ ସା,ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ପ୍ରଶାନ୍ତ ମହାପାତ୍ର,ପଦ୍ମଲୋଚନ ବିଶି ଓ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।




