ବଡ଼ବିଲଥାନା ଅନ୍ତର୍ଗତରେ ଅଜଣା ମୃତଦେହ ଉଦ୍ଧାରପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିହୋଇଛି

ବଡ଼ବିଲ – କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଯୋଡ଼ା ବ୍ଲକ ଅଧୀନରେ ଥିବା ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁ ଗୋଳିଆନାଳ ପୋଲ ନିକଟରେ ଏକ ଅଜଣା ପୁରୁଷଙ୍କ ମୃତଦେହ ମିଳିଥିବା ନେଇ ସୂଚନା। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଓ ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିବା ବେଳେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି।ସ୍ଥାନୀୟ ଗ୍ରାମବାସୀ ମାନେ ସନ୍ଧ୍ୟା ସମୟରେ ପୋଲ ନିକଟ ପଡିଆ ପାଖ ବୁଦାରେ ମୃତଦେହଟି ଦେଖି ତୁରନ୍ତ ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥ ଳରେ ପହଞ୍ଚି ମୃତଦେହକୁ ଘେରାଉ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳୁ ସକାଳୁ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା ।ପ୍ରାରମ୍ଭିକ ତଦନ୍ତରୁ ମୃତକଙ୍କ ପକେଟରୁ ଏକ ଡ୍ରାଇଭିଂ ଲାଇସେନ୍ସ ମିଳିଥିବା ନେଇ ସୂଚନା।

ଡ୍ରାଇଭିଂ ଲାଇସେନ୍ସ ଓ ଆଧାର ଅନୁସାରେ ଇନ୍ଦ୍ରଦେଓ ଯାଦବ ବୋଲି ପରିଚୟ ମିଳିଛି । ଘଟଣା ସ୍ଥଳରେ ସୈଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ଦ୍ୱାରା ବଡ଼ବିଲ ପୋଲିସ ସନ୍ଧାନ ଜାରି ରଖିଛନ୍ତି, ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବାର ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ମିଳିଛି।ପୋଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରାଯାଇଥିବା ସହ ମୃତକଙ୍କ ପରିଚୟ ସମ୍ପର୍କରେ କାହାର କିଛି ସୂଚନା ଥିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





