ତୁମେ ଆମ ଘର ଉଜାଡୁଛ ଆମେ ତମ ଘର ଭାଙ୍ଗିବୁ, ଦେଖିବା କିଏ କଣ କରିବ।

କେନ୍ଦୁଝର – ହଁ ଆଜ୍ଞା ଗଜ ହେଲେବି ସେ କଣ କରିବ, ସେ ଜାଣେନା ବାଛବିଚାର। କହିବା କଥା ହେଲା ଖଣିଜ ପଦାର୍ଥ ଉତ୍ତୋଳନ ନାମରେ ଅହେତୁକ ମାତ୍ରାରେ ଜଙ୍ଗଲ ନଷ୍ଟ ଯୋଗୁ ଜଙ୍ଗଲି ହାତୀ ଏବେ ପାଗଳ ପ୍ରାୟ। ସିଏ ଜାଣିନି କିଏ ତାଙ୍କ ଘର ସଦୃଶ ଜଙ୍ଗଲ କୁ କାଟି ପଦା କରିବା ସହ ନଷ୍ଟ କରିବାରେ ଲାଗିଛି। ଜଙ୍ଗଲ ନଷ୍ଟ ଯୋଗୁ ଜଙ୍ଗଲି ହାତୀ ଏବେ ଗ୍ରାମାଭୀମୁଖି ଓ ତାଙ୍କ ହାବୁଡ଼ରେ ଯିଏ ଆସିଲା ସେମାନେ ମାଡି ଚାଲିଲେ । ସିଏ ଗରୀବ ହେଉ ଅବା ଧନୀ ତାର କିଛି ଯାଏ ଆସେ ନାହିଁ। ସେହିଭଳି ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ।ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବାରିଆ ଗାଁ ରେ ଦୁଇଟି ଘର ଭାଙ୍ଗିଲେ ଛଅ ଟିକିଆ ହାତୀପଲ l ଗତ କିଛି ଦିନ ହେବ ଉଖୁଣ୍ଡା ସେକ୍ସନର କଞ୍ଚନ ଡୁମୁରିଆ ଜଙ୍ଗଲକୁ ଆସିଥିବା ପଚିଶ ଟିକିଆ ହାତୀପଲ ଏବେ ଦୁଇଭାଗ ହେଇ ଆଖପାଖ ଗାଁ ରେ ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି ଗେlଟିଏ ଦଳରେ ଏଗାର ଟି ହାତୀ ଥିବା ବେଳେ ଅନ୍ୟ ଦଳରେ ଚଉଦଟି ହାତୀ ରହିଛନ୍ତି l ଏହି ୧୪ଟିକିଆ ହାତୀପଲରୁ ଛଟି ହାତୀ ଅଲଗା ହେlଇ ଗତ ରାତି ବାରିଆ ଗାଁ ଭିତରେ ବ୍ୟାପକ ଉତ୍ପାତ କରିଛନ୍ତି l ଗାଁ ର ଚିନ୍ତାମଣି ନାଏକ ଓ ଧିରେନ ନାଏକ କଂ ଘର ସଂପୂର୍ଣ ଭାଗିଂ ଘର ଭିତରୁ ଧାନ ଚାଉଳ ଖାଇଛନ୍ତି ହାତୀ ପଲ l ଘରର ଆସବାବ ପତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ବ୍ୟାପକ ନଷ୍ଟ କରି ବହୁ ସମୟ ଧରି ଗାଁ ରେ ଆତକଂ ସୣଷ୍ଟି କରିବା ପରେ ବନ ବିଭାଗଘଟଣା ସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡେଇ ବାରେ ସଫଳ ହେଇଥିଲେ l

ହାତୀପଲ ସକାଳୁ ଗାଁର ୟୁକାଲିପଟାସ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟ ଆଠଟି ହାତୀ ସହ ମିଶିଯାଇଛନ୍ତି l ହାତୀପଲଙ୍କୁ ନେଇ ଗାଁ ରେ ଭୟର ବାତାବରଣ ରହିଛି ହାତୀପଲଙ୍କୁ ଘଉଡା ନଗଲେ ଆଜି ରାତି ପୁଣି ବ୍ୟାପକ ନଷ୍ଟ କରିବା ଆଶଙ୍କା ରହିଛି l ସେହିପରି ଅନ୍ୟ ଦଳରେ ଥିବା ଏଗାର ଟି ହାତୀ କଞନଡୁମୁରିଆ ଗାଁ ଜଂଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





