ଓଡ଼ିଶା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଦେଓ ରଂଜନ କୁମାର ସିଂ
ଭୁବନେଶ୍ବର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଆଜି ଓଡ଼ିଶା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନ ୧୦ ଟା ୧୫ ମି. ସମୟରେ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିତ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଁଚି ଶ୍ରୀୟୁକ୍ତ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନୂତନ ଉନ୍ନୟନ କମିଶନରଙ୍କୁ ସ୍ୱାଗତ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।



