*ଆମ୍ ଆଦମୀ ପାର୍ଟିର ବନ୍ଧୁ ମିଳନ ଓ ସହରରେ କ୍ୟାଲେଣ୍ଡର ବଣ୍ଟନ*
ଢେଙ୍କାନାଳ : ଆଜି ରବିବାର ସ୍ଥାନୀୟ ଗୋପିନାଥ ଗାର୍ଡେନ ଠାରେ ଆମ୍ ଆଦମୀ ପାର୍ଟିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ସନ୍ଧ୍ୟାରେ କ୍ୟାଲେଣ୍ଡର ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ କେଶବ ଚନ୍ଦ୍ର ସାହୁ, ସମାଜସେବୀ ଶେଖର ସେଠୀ ଓ ସମାଜସେବୀ ବିକ୍ରମ ସାହୁ ଯୋଗଦେଇ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ। ଏହି ବନ୍ଧୁ ମିଳନ ଅବସରରେ ସମାଜସେବୀ ଶେଷଦେବ ବେହେରା ବିଭିନ୍ନ ଖେଳ ଖେଳାଇ ଥିଲେ। ସମାଜସେବୀ ହିମାଂଶୁ ମହାପାତ୍ରଙ୍କ ଗୀତ ଗାଇବାରେ ଉପସ୍ଥିତ ସାଥି ଓ ପିଲାମାନେ ଝୁମି ଝୁମି ନୃତ୍ୟ କରିଥିଲେ l ସମାଜସେବୀ ଦୀପକ ନାୟକ କବିତା ପାଠ କରିଥିଲେ। ଭରତ ଦାସ, ପଙ୍କଜ ନାୟକ, ରମେଶ ପଣ୍ଡା, ଜିତେନ୍ଦ୍ର ବେହେରା, ଦେବାଶିଷ ନନ୍ଦ, ଶେଷଦେବ ବେହେରା, ଅନିଲ ସାମଲ, ବିଜୟ ଦାସ, ଜୟଦେବ ବେହେରା, ମଧୁସୂଦନ ମଲିକ, ଚିତ୍ତରଞ୍ଜନ ପାଣି, ରୁକ୍ମିଣୀ ଦଳେଇ, ସରସ୍ବତୀ ପରିଡ଼ା, ରୁନୁବାଳା ଚିନାରା, ଜୟନ୍ତ ଦାସ, ପ୍ରସନ୍ନ ବରାଳ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର,ସୁନୀଲ ସାହୁ ପ୍ରମୁଖ ଏହି ବନ୍ଧୁ ମିଳନର ଆୟୋଜନ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟରେ ଶତାଧିକ ବୁଦ୍ଧିଜୀବୀ ଓ ସମାଜ ସଂସ୍କାରକ ମହିଳା ପୁରୁଷ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସମସ୍ତେ ମିଶି ରଥଗାଡ଼ା ପରିବା ମାର୍କେଟ ଠାରୁ ଶାସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ କ୍ୟାଲେଣ୍ଡର ବଣ୍ଟନ କରିଥିଲେ।



