ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ବଡ଼ବିଲ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବଣ୍ଟନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ର ଭାରତୀୟ ଜନତା ପାର୍ଟିର ଯୁବନେତା ବିକାଶ ସରାଉଗି ଙ୍କ ନେତୃତ୍ଵ ରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ମାନଙ୍କ ଦ୍ବାରା ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଥିବା ଅନ୍ତେ ବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ ଏହି ଯୁବନେତା ଓ ଏହା ସହ ଓଡ଼ିଶାର ପ୍ରିୟ ଜନନାୟକ ମୁଖ୍ୟମନ୍ତ୍ରୀଙ୍କ ଦିର୍ଘାୟୁ କାମନା କରିବା ସହ ଆଗାମୀ ଦିନରେ ଦଳକୁ ସୁଦୃଢ କରି ତୋଳିବେ ସେନେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ସୌଭାଗ୍ୟ ରଶ୍ମୀ ରଞ୍ଜନ ସାମଲ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ କରାଯାଇଥିବା ବେଳେ ମେଡ଼ିକାଲ କର୍ମୀ ସହଯୋଗ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



