ବିଜେପି ପାର୍ଟି ଅଫିସ୍ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ । VB G RAM G ବିଲ୍ର ଉପକାରିତା ନେଇ ଦେଲେ ସୂଚନା । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। VB G RAM G ବିଲ୍ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ’ । ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ପାଖରେ ପହଞ୍ଚୁ ନଥିଲା’ ।
୨୦୦୯ରେ ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ା ଯାଇଥିଲା’ । ୨୦୦୯ ପରଠାରୁ ଯୋଜନା ନାଁ MGNREG ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ିଲେ ସିନା, କିନ୍ତୁ ସେପରି ସଫଳତା ମିଳିଲାନି’ । ସରକାର ଏହାକୁ ଗୁରୁତର ସହ ନେଇ VB G RAM G ଆଇନ ଆଣିଛନ୍ତି’ ।



