ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା

ଅନୁଗୋଳ, ୦୮.୦୧ : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଇନଡୋର ଷ୍ଟାଡିୟମଠାରେ ୨ଦିନିଆ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରଫେସର ଶ୍ରୀ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀ ରାକେଶ ରଞ୍ଜନ ବେହେରା ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ।


ଏହି ଅବସରରେ ଏକ କବାଡି ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମେରା ଯୁବା ଭାରତର ସହ ସଂଯୋଜକ ତପନ କୁମାର ସାମଲ, ଉତ୍କର୍ଷ ପରିବାରର ଭୀଷ୍ମ ସାହୁ, ଅନୁଗୋଳ ଲାଇଟ୍ ହାଉସ୍ ର ସହକର୍ମୀ ହୋମଦ୍ୟୁତି ବେହେରାଙ୍କ ସମେତ କ୍ରୀଡାବିତ୍ ମାନେ ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠ ଧନ୍ୟବାଦ ଅର୍ପଣ କରିଥିଲେ l




